କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଏବଂ ବରିଷ୍ଠ ବିଜେଡି ନେତା ହାଜି ମହମ୍ମଦ ଆୟୁବ ଖାନଙ୍କ ଦେହାନ୍ତ । ୭୮ ବର୍ଷ ବୟସରେ କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ଆୟୁବ ଖାନ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ସକାଳ ପ୍ରାୟ ୮.୩୦ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆୟୁବ ଖାନ ୨୦୦୪ ମସିହାରେ କଣ୍ଟାବାଞ୍ଜିରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନସଭାରେ ପ୍ରବେଶ କରିଥିଲେ। ପରେ, ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ୨୦୧୪ ମସିହାରେ ଦଳୀୟ ପ୍ରାର୍ଥୀ ଭାବରେ ପୁଣି ବିଜୟ ହାସଲ କରିଥିଲେ। Post navigation Gold Price Hike: ୧୩୯୧୦ ଟଙ୍କା ବଢ଼ିଲା ସୁନା ଦର मुलायम परिवार पर दुखों का पहाड़: प्रतीक यादव का 38 वर्ष की उम्र में निधन