ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (NEET-UG -2026) ର ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ସଦ୍ଯ ସମାପ୍ତ ପ୍ରବେଶିକା ପରୀକ୍ଷାକୁ ଆଜି କେନ୍ଦ୍ର ସରକାର ବାତିଲ କରିଛନ୍ତି । ଏହି ପରୀକ୍ଷା ର ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହାକୁ ନେଇ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀ ଗର୍ଜିଛି କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି ପ୍ରଶ୍ନପତ୍ର ଲିକ୍ ଘଟଣା ସରକାର ଉଭୟ ଆଶାୟୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ଚିନ୍ତା ଓ ନ୍ଯରାଶ୍ଯର ବଳୟ ଭିତରକୁ ଠେଲି ଦେଇଛନ୍ତି ଏବଂ ଏହା ସହିତ ଦେଶରେ ପରିଚାଳିତ ହେଉଥିବା ବଡ ବଡ ଚାକିରୀ ଓ ପ୍ରବେଶିକାପରୀକ୍ଷା ପ୍ରତି ଲୋକମାନଙ୍କର ମନରେ ସନ୍ଦେହ ଜାଗ୍ରତ କରୁଛି । କଂଗ୍ରେସ ମୁଖପାତ୍ର ଡ. ଦେବାଶିଷ ଭୂୟାଁ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଦେଖାଯାଉଛି ନିଟ ପରୀକ୍ଷାରେ ବ୍ଯାପକ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟଣା ନିୟମିତ ବ୍ଯବଧାନରେ ଦେଶରେ ଘଟିଚାଲିଛି। ନିଟ୍ ପ୍ରବେଶିକା ପରୀକ୍ଷା ପରିଚାଳନାକୁ ସ୍ବଚ୍ଛ ଓ ସଂଗଠିତ କରିବା ପାଇଁ ୨୦୧୯ ମସିହାରେ ସରକାର ନେସନାଲ ଟେସଟିଙ୍ଗ ଏଜେନ୍ସି (NTA) କୁ ଦାୟିତ୍ବ ଦେଇଥିଲେ। କିନ୍ତୁ ବିଡମ୍ବନା ର ବିଷୟ ସେହି ବର୍ଷହିଁ ପରୀକ୍ଷାରେ ବିଭ୍ରାଟ ଘଟିଥିଲା। କଉଠି ନା କଉଠି ଟଙ୍କା ପାଇଁ ବ୍ଯବସ୍ଥାକୁ ହତ୍ଯା କରାଯାଉଛି ବୋଲି ସନ୍ଦେହ ସୃଷ୍ଟି ହେଉଛି । ଆଜି ଦେଶ ତମାମ ଏହି ଘଟଣାକୁ ନେଇ ଛାତ୍ରସଂଗଠନ ମାନେ ପ୍ରତିବାଦ କରିବା ଛଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଗାଳିଗୁଲଜ କରୁଛନ୍ତି ଏହା ଦେଖି ଓଡିଆଭାବେ ଆମ ସମସ୍ତଙ୍କ ମୁଣ୍ଡ ତଳକୁ ନଇଁ ଯାଉଛି ବୋଲି ଡ. ଭୂୟାଁ କହିଛନ୍ତି। ତେଣୁ ଓଡିଶାର ସ୍ବଭିମାନ ରକ୍ଷା ପାଇଁ ଏବଂ ନିରପେକ୍ଷ ତଦନ୍ତ ଉଦ୍ଦେଶ୍ୟରେ ବାଟ ଫିଟେଇବା ପାଇଁ ଶ୍ରୀ ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବୀ କରିଛନ୍ତି। ପ୍ରଧାନମନ୍ତ୍ରୀ ଙ୍କ ଅମୃତକାଳ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ବିଷ କାଳରେ ପରିଣତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ର ଅନ୍ଯତମ ମୁଖପାତ୍ର ଶ୍ରୀକୃଷ୍ଣ ଚନ୍ଦ୍ର ପତି କହିଛନ୍ତି ଯେ ଆମେ ଆଗରୁ ଜାଣିଥିଲେ ସରକାର କଉକଉଥିରେ ତଳଆଡୁ ନଂମ୍ବର ଓ୍ବାନ ଏବଂ ଆଜି ଏଥିରେ ଆଉ ଏକ ଫର୍ଦ ଯୋଡିହେଲା ଯେ ସେ ପ୍ରଶ୍ନପତ୍ର ଲିକରେ ରେ ବି ନମ୍ବର ଓ୍ବାନ। ଏ ସରକାର ଆସିଲା ଦିନଠାରୁ ୮୪ ଥର ପ୍ରଶ୍ନ ପତ୍ର ଲିକ ହୋଇଛି ବୋଲି ଶ୍ରୀ ପତି ମତ ପ୍ରକାଶ କରିଛନ୍ତି । ସେ ବିଜେପି କୁ କଟାକ୍ଷ କରି କହିଛନ୍ତି ବିଜେପି ଦଳ ଏବେ ପରୀକ୍ଷା ଘୋଟାଲା ମୋର୍ଚ୍ଚା ଖୋଲିଛନ୍ତି। ପରୀକ୍ଷା ବିଭ୍ରାଟ କରି ଆଦାୟ କରୁଥିବା ଟଙ୍କାରୁ ବିଜେପି ଦଳ ନିଜ ନିର୍ବାଚନୀ ଖର୍ଚ୍ଚ ବହନ କରୁଛି ଏବଂ ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସ୍ବପ୍ନ କୁ ଧୂଳିସାଦ କରି ନିଜର ପୋଶାଶୁଆ ସିବିଆଇ କୁ ତଦନ୍ତ ଦାୟିତ୍ବ ଦେଇ ନିଜେ ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ତେଣୁ ନିତି ନ୍ଯେତିକତା ବିଜେପି ଦଳର ନାହିଁ ବୋଲି ଏଥିରୁ ସ୍ପଷ୍ଟ ଜଣାପଡୁଛି। ଯଦି ସତରେ ଏମାନେ ନ୍ଯାୟ ଦେବାକୁ ଚାହୁଁଛନ୍ତି ତେବେ ସୁପ୍ରିମକୋର୍ଟ ର ଜଣେ ବିଚାରପତିଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଉ। ଅନ୍ଯତମ ମୁଖପାତ୍ର ଡ. ମନିଷା ଦାସ ପଟ୍ଟନାୟକ କହିଛନ୍ତି ଏହା କେବଳ କେନ୍ଦ୍ର ରେ ନୁହେଁ ପରୀକ୍ଷା କୁ ନେଇ ଅନୀୟମିୟତା ରାଜ୍ଯରେ ମଧ୍ଯ ଡବଲ ଇଞ୍ଜିନ ସରକାରରେ ଘଟିଚାଲିଛି। ଗତ ଦୁଇ ବର୍ଷ ମଧ୍ୟରେ ଓଟିଇଟି, ଆରଆଇ , ଅମିନ,ପୋଲିସ ଏସ୍ ଆଇ ନିଯୁକ୍ତି ଓ ନର୍ସିଂଙ୍ଗ ନିଯୁକ୍ତି ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ବ୍ଯାପକ ଦୁର୍ନୀତି ଓ ଅନୀୟମିୟତା ହୋଇଛି ବୋଲି ସେ ଦୁଷ୍ଟି ଆକର୍ଷଣ କରିଛନ୍ତି। ଏ ଜନତା ସବ ଜାନତା ହେ ତେଣୁ ଠିକଣା ସମୟରେ ଡବଲ ଇଞ୍ଜିନ ସରକାର ନିଜର ଜବାବ୍ ପାଇଯିବେ । Post navigation Naveen Patnaik slams Centre after NEET UG 2026 cancellation Apex UCF Meet: ପ୍ରଥମ ଜାତୀୟ ଆପେକ୍ସ କମିଟି ବୈଠକ: ଓଡ଼ିଶା ପକ୍ଷରୁ ୫,୦୦୦ କୋଟି ଟଙ୍କାର ମହତ୍ତ୍ୱାକାଂକ୍ଷୀ ସହରୀ ରୋଡମ୍ୟାପ୍ ଉପସ୍ଥାପନ