ଦୀର୍ଘ ଦିନର ବିରତି ପରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ । ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ କରାଯିବ । ଅପରାହ୍ନ ୩ଟା ପରେ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି । ମଧ୍ୟାହ୍ନ ଧୂପ ପରେ ରତ୍ନଭଣ୍ଡାର ଗଣତି ପାଇଁ ବାହାରିବ ଟିମ୍ । ସଂଧ୍ୟା ଆଳତି ଶେଷ ପର୍ଯ୍ୟନ୍ତ ହେବ ରତ୍ନଭଣ୍ଡାର ଗଣତି ।ରତ୍ନଭଣ୍ଡାର ଗଣତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା । Post navigation Police Briefing Parade At 9 AM: ରାଜ୍ୟର ସବୁ ଥାନାରେ ସକାଳ ୯ଟା ପୂର୍ବରୁ ହେବ ‘ବ୍ରିଫିଂ ପରେଡ୍’; ନିର୍ଦ୍ଦେଶ ଦେଲେ ପୋଲିସ୍ ଡିଜି Odisha Leads Census: ଜନଗଣନାରେ ଓଡ଼ିଶା ହେବ ନମ୍ବର ୧: ସୁରେଶ ପୂଜାରୀ