ମହୁ ସଂଗ୍ରହ ବେଳେ ପଥର ଫାଟରେ ଫସିଥିବା ନାବାଳକ ଉଦ୍ଧାର ନୟାଗଡ଼ ଜିଲ୍ଲାର କାଣିପଦା ଜଙ୍ଗଲରେ ମହୁ ସଂଗ୍ରହ କରୁଥିବା ବେଳେ ଜଣେ ନାବାଳକ ପଥର ଫାଟରେ ଫସିଯାଇଥିବା ବେଳେ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପଥର ଭିତରୁ ଉଦ୍ଧାର କରାଯାଇଛି । ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ଓଡ଼ଗାଁ ଅଞ୍ଚଳର ବାଉଁଶଗଡ଼ିଆ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି, ଯେଉଁଠାରେ ପଥର ମଧ୍ୟରେ ତାଙ୍କ ମୁଣ୍ଡ ଅଟକିଯାଇଥିବାରୁ ବାହାରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଥିଲା । ଘଟଣା ପରେ ନୟାଗଡ଼ ଓ ଓଡ଼ଗାଁର ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ପରେ ଉଦ୍ଧାର କରାଯାଇଛି । Post navigation Assam New Government: ୧୧ ତାରିଖ ପରେ ଆସାମରେ ନୂଆ ସରକାର