ଆସନ୍ତା ୧୧ ତାରିଖ ପରେ ଆସାମରେ ନୂଆ ସରକାର ଶପଥ ନେବେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମନ୍ତ୍ରୀ ପରିଷଦ ସହିତ ପଦରୁ ଇସ୍ତଫା ଦେଇଛନ୍ତି । ହିମନ୍ତ ଆଜି ଲୋକଭବନରେ ପହଞ୍ଚି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିବା ବେଳେ ରାଜ୍ୟପାଳ ଗ୍ରହଣ କରିଛନ୍ତି । ନୂଆ ସରକାର ଗଠନ ଏବଂ ଶପଥ ଗ୍ରହଣ ନହେବା ପର୍ଯ୍ୟନ୍ତ ହିମନ୍ତ ବିଶ୍ୱଶର୍ମାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି । ଏ ନେଇ ସୂଚନା କାମଚଳା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦେଇଛନ୍ତି । Post navigation Naveen writes to Mohan over brutal murder in Hinjili Violence grips Bengal after BJP win; 4 dead, party offices vandalised