metro-to-come-in-new-form-in-odisha
ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନାହିଁ, ବରଂ ନୂଆ ରୂପରେ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ପୁରୀ, ଭୁବନେଶ୍ୱର ଓ କଟକ — ଏହି ତିନି ସହରକୁ ନେଇ ବୃହତ ମେଟ୍ରୋ ପରିକଳ୍ପନା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
 
କେବଳ ଭୁବନେଶ୍ୱର ନୁହେଁ, ପୁରୀ, ଭୁବନେଶ୍ୱର ଓ କଟକକୁ ମିଶାଇ ଏକ ସମନ୍ୱିତ ମେଟ୍ରୋ କରିଡର ପରିକଳ୍ପନା କରାଯାଉଛି। ଏହା ଦ୍ୱାରା ତିନି ସହର ମଧ୍ୟରେ ଯାତାୟାତ ସୁଗମ ହେବା ସହ ପର୍ଯ୍ୟଟନ ଓ ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
 
ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ। ମେଟ୍ରୋ କେବଳ ଗମନାଗମନ ନୁହେଁ, ରୋଜଗାର, ରିୟଲ ଇଷ୍ଟେଟ, ବ୍ୟବସାୟ ଓ ସେବା କ୍ଷେତ୍ରକୁ ବି ଆଗକୁ ନେବ,” ବୋଲି ମନ୍ତ୍ରୀ ମତ ରଖିଛନ୍ତି ।
 
ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ସରକାର ମେଟ୍ରୋ ବିରୋଧରେ ନାହାନ୍ତି । ସରକାର ମେଟ୍ରୋ କରିବାକୁ ଚାହୁଁଛନ୍ତି । କିନ୍ତୁ ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ, ନିର୍ମାଣ ସମୟରେ ଲୋକେ ହନ୍ତସନ୍ତ ହେବେ । ଟ୍ରାଫିକ ଜାମ ଓ ଜନ ଅସୁବିଧାକୁ ଏଡ଼ାଇବା ପାଇଁ ପ୍ରଥମେ ବିକଳ୍ପ ରାସ୍ତା ଦରକାର ।
 
ମେଟ୍ରୋ ଭଳି ବଡ଼ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ଓ ବୈଷୟିକ ସହାୟତା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *