ସମଗ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣ ଜୀବନ ପ୍ରଭାବିତ ହେଉଥିବା ବେଳେ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା । ଶୁକ୍ରବାର ଦିନ ପୁଣି ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ଏଠାରେ ଦିନ ତାପମାତ୍ରା ୪୪.୮ ଡିଗ୍ରି ରେକର୍ଡ ହୋଇଥିଲା । ଅନ୍ୟପକ୍ଷରେ ଓଡ଼ିଶାର ୧୮ ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଛି । ୪୪ ଡିଗ୍ରି ତାପମାତ୍ରାରେ ଟିଟିଲାଗଡ଼ ଜଳୁଥିବା ବେଳେ ସମ୍ବଲପୁରରେ ୪୩.୬ ଡିଗ୍ରି, ହୀରାକୁଦରେ ୪୩.୪ ଡିଗ୍ରି, ଅନୁଗୁଳରେ ୪୩.୧ ଡିଗ୍ରି ଓ ବଲାଙ୍ଗୀର ତାପମାତ୍ରା ୪୩ ଡିଗ୍ରି ରେକର୍ଡ କରାଯାଇଛି । ତେବେ ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରର ତାପମାତ୍ରା କମିଛି । କଟକର ଦିନ ତାପମାତ୍ରା ୩୮.୪ ଡିଗ୍ରି ଓ ଭୁବନେଶ୍ୱରର ୩୯.୪ ଡିଗ୍ରି ରେକର୍ଡ ହୋଇଛି । Post navigation Dama Rout’s Statue Demolished: ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ପୁଅ ସମ୍ବିତଙ୍କ ପ୍ରତିକ୍ରିୟା BJD Mass Resignation: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ