ଜମି କିଣାବିକା ଓ ରେଜିଷ୍ଟ୍ରେସନ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଥରେ କୌଣସି ଜମିର ଦଲିଲ ପଞ୍ଜିକୃତ ହୋଇଯିବା ପରେ ସେହି ଦଲିଲକୁ ସବ୍-ରେଜିଷ୍ଟ୍ରାର୍ କିମ୍ବା କୌଣସି ରେଜିଷ୍ଟ୍ରେସନ ଅଧିକାରୀ ରଦ୍ଦ କରିପାରିବେ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଏକ ଜମି କିଣାବିକା ଦଲିଲ୍ ରଦ୍ଦ ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଉକ୍ତ ମାମଲାରେ ସବ୍-ରେଜିଷ୍ଟ୍ରାର୍ ଏକ ପଞ୍ଜିକୃତ ଦଲିଲକୁ ପରବର୍ତୀ ସମୟରେ ରଦ୍ଦ କରିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ହାଇକୋର୍ଟ ନିଜ ରାୟରେ କହିଛନ୍ତି ଯେ, ଭାରତୀୟ ରେଜିଷ୍ଟ୍ରେସନ ଆଇନ, ୧୯୦୮ ଅନୁଯାୟୀ ଥରେ କୌଣସି ଦଲିଲ ବିଧିବଦ୍ଧ ଭାବେ ରେଜିଷ୍ଟ୍ରେସନ ହୋଇଗଲେ, ତାକୁ ରଦ୍ଦ କରିବାର କ୍ଷମତା ରେଜିଷ୍ଟ୍ରେସନ ଅଧିକାରୀଙ୍କ ପାଖରେ ନାହିଁ। ପଞ୍ଜିକୃତ ଦଲିଲକୁ ରଦ୍ଦ କରିବା କିମ୍ବା ବାତିଲ ଘୋଷଣା କରିବାର କ୍ଷମତା କେବଳ ଉପଯୁକ୍ତ ଦେୱାନୀ ଅଦାଲତ ପାଖରେ ରହିଛି । Post navigation Self Appraisal Report: ମେ ୩୧ ସୁଦ୍ଧା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ନିର୍ଦ୍ଦେଶ Dama Rout’s Statue Demolished: ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ପୁଅ ସମ୍ବିତଙ୍କ ପ୍ରତିକ୍ରିୟା