ଆସନ୍ତା ୩୦ ତାରିଖ ଦିନ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ମାତ୍ର ଦିନକ ପାଇଁ ବସୁଥିବା ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇପାରେ । ବିଧାନସଭା ଭବନରେ ଦିନ ୧୧ଟାରେ ଏହି ସ୍ୱତନ୍ତ୍ର ଅଧିବେଶନ ବସିବ । ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏବେ ରାଜ୍ୟଗୁଡ଼ିକରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ଅଧିକାରୀଙ୍କ ଅନୁଯାୟୀ, ମହିଳା ସଂରକ୍ଷଣ ବିଲ୍ ସମର୍ଥନରେ ଏକ ପ୍ରସ୍ତାବ ପାରିତ କରିବା ଏବଂ ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ନିଆଯାଇଥିବା ମତ ଉପରେ ପ୍ରଶ୍ନ ଉଠାଇବା ସ୍ୱତନ୍ତ୍ର ଅଧିବେଶନର ମୁଖ୍ୟ କାର୍ଯ୍ୟସୂଚୀ ହୋଇପାରେ । ଶାସକ ଦଳ ବିରୋଧୀ ଦଳଗୁଡ଼ିକୁ ସେମାନଙ୍କ ଆଭିମୁଖ୍ୟ ଉପରେ ଘେରିବା ପାଇଁ ଏହି ଅଧିବେଶନକୁ ବ୍ୟବହାର କରିବାର ସମ୍ଭାବନା ମଧ୍ୟ ରହିଛି । Post navigation Congress to Launch Mega Padayatra: ଶିଳ୍ପସଂସ୍ଥାଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆରମ୍ଭ ହେବ କଂଗ୍ରେସର ମହା ପଦଯାତ୍ରା