ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାର୍ବଜନୀନ ସୂଚନା ଜାରି କରାଯାଇଛି । ବିଭାଗ ପକ୍ଷରୁ ପୂର୍ବ ପ୍ରକାଶିତ ସାର୍ବଜନୀନ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ୍ ଏବଂ ବ୍ଲକଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ନାମ ଯଦି ମୂଳ ଓଡ଼ିଆ ନାମର ଅପଭ୍ରଂଶ ହୋଇଥାଏ, ତେବେ ସେଗୁଡିକର ମୂଳ ଓଡ଼ିଆ ନାମର ପୁନରୁଦ୍ଧାର ପାଇଁ ସର୍ବସାଧାରଣ ଏବଂ ଜନପ୍ରତିନିଧିମାନଙ୍କଠାରୁ ପରାମର୍ଶ ତଥା ପ୍ରସ୍ତାବ ଆହ୍ଵାନ କରାଯାଇଥିଲା । ଏହି କ୍ରମରେ ରାଜ୍ୟର ଜନପ୍ରତିନିଧିଗଣ ଏବଂ ସାଧାରଣ ନାଗରିକମାନଙ୍କଠାରୁ ଅନେକ ପ୍ରସ୍ତାବ ଓ ପରାମର୍ଶ ପ୍ରାପ୍ତ ହୋଇଛି । ପ୍ରାପ୍ତ ହୋଇଥିବା ସମସ୍ତ ପ୍ରସ୍ତାବ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଦ୍ୱାରା ସମୀକ୍ଷା କରାଯାଇ ସୁପାରିଶ୍ ହୋଇଥିବା ପ୍ରସ୍ତାବଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇ ମତାମତ ଓ ପରାମର୍ଶ ଆହ୍ଵାନ କରାଯାଇଛି । ଉକ୍ତ ପ୍ରସ୍ତାବଗୁଡ଼ିକ ଉପରେ ଜନପ୍ରତିନିଧିମାନେ ଏବଂ ଜନସାଧାରଣ ସେମାନଙ୍କର ମତାମତ ତଥା ସୁଚିନ୍ତିତ ପରାମର୍ଶ ଏପ୍ରିଲ୍ ୨୨ ତାରିଖଠାରୁ ଏକ ମାସ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଲୋକସେବା ଭବନ, ଭୁବନେଶ୍ୱର ଠିକଣାରେ ପତ୍ର କିମ୍ବା ଇ-ମେଲ୍ : [email protected] ଅଥବା [email protected] ମାଧ୍ୟମରେ ପ୍ରେରଣ କରିବାକୁ ଅନୁରୋଧ କରାଯାଇଛି । ପ୍ରସ୍ତାବିତ ନାଁ: ANGUL → ANUGOLA BOLANGIR → BALANGIR BALASORE → BALESHWAR BARAGARH → BARAGADA CUTTACK → KATAKA DEOGARH → DEBAGADA BERHAMPUR → BRAHMAPUR KHONDMAL → KANDHAMAL KENDRAPARA → KENDRAPADA AUL → AALI KEONJHAR → KENDUJHAR KHURDA → KHORDHA JEYPORE → JAYAPUR NAYAGARH→NAYAGADA RAIRAKHOL → REDHAKHOL SONEPUR→SONPUR SUNDARGARH→SUNDARAGADA Post navigation Women Reservation Bill: ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ବିଜେପିର ବିଶାଳ “ଜନ ଆକ୍ରୋଶ ମହିଳା ସମାବେଶ” Heat Wave in Odisha: ୪୪ ଡିଗ୍ରୀ ଛୁଇଁଲା ରାଜ୍ୟର ତାପମାତ୍ରା