Palasa-Icchapuram included to SCoR
ରେଳ ମନ୍ତ୍ରଣାଳୟ ଗୁରୁବାର ଦିନ ପ୍ରସ୍ତାବିତ ଦକ୍ଷିଣ ତଟ ରେଳପଥ (SCoR) ଜୋନର କ୍ଷେତ୍ରାଧିକାରକୁ ସଂଶୋଧନ କରି ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛି, ଯାହା ଦ୍ୱାରା ଓଡ଼ିଶାର ଏକ ପ୍ରମୁଖ ରେଳ ବିଭାଗକୁ ଏହାର ପରିସରଭୁକ୍ତ କରାଯାଇଛି ।
 
ରେଳ ବୋର୍ଡର ଏକ ସରକାରୀ ସୂଚନା ଅନୁଯାୟୀ, ପଲାସା-ଇଛାପୁରମ୍ ସେକ୍ସନ୍, ଯାହା ବର୍ତ୍ତମାନ ପୂର୍ବ ତଟ ରେଳପଥ (ECoR)ର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଅଛି, ଏବେ SCoR ଜୋନର ପ୍ରସ୍ତାବିତ ବିଶାଖାପାଟଣା ଡିଭିଜନରେ ଅନ୍ତର୍ଭୁକ୍ତ ହେବ ।
 
ରେଳବାଇ ବୋର୍ଡ, ଅଧିକାରୀମାନଙ୍କୁ SCoRର ବିଶାଖାପାଟଣା ଡିଭିଜନ ଏବଂ ECoRର ଖୋର୍ଦ୍ଧା ରୋଡ୍ ଡିଭିଜନ ମଧ୍ୟରେ ସଂଶୋଧିତ ସୀମାକୁ ଯଥାଶୀଘ୍ର ଚୂଡ଼ାନ୍ତ କରି ଜଣାଇବାକୁ ନିର୍ଦ୍ଦେଶ ଦେଇଛି ।
 
ଏହି ନିଷ୍ପତ୍ତି ପରିପ୍ରେକ୍ଷୀରେ, ଦକ୍ଷିଣ ତଟ ରେଲୱେ ଜୋନ୍‌ର ଅଧୀନରେ ଥିବା ଡିଭିଜନଗୁଡିକ ହେଲା: ବିଶାଖାପାଟଣା (ୱାଲଟିୟର), ବିଜୟୱାଡା, ଗୁଣ୍ଟୁର ଏବଂ ଗୁଣ୍ଟାଖାଲ ।
Palasa-Icchapuram included to SCoR

By Nirvay

Leave a Reply

Your email address will not be published. Required fields are marked *