ହର୍ମୁଜ ପ୍ରଣାଳୀ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏହି ୩୫ ରାଷ୍ଟ୍ରକୁ ନେଇ ହେବାକୁ ଥିବା ବୈଠକରେ ସାମିଲ୍ ହେବ ଭାରତ। ଭାରତକୁ ନିମନ୍ତ୍ରଣ ଆସିଥିବା ନେଇ ସ୍ପଷ୍ଟ କଲେ MEA ମୁଖପାତ୍ର ଜୟସ୍ବାଲ୍ । ଭାରତ ପକ୍ଷରୁ ଭିସିରେ ସାମିଲ୍ ହେବେ ବୈଦେଶିକ ସଚିବ । ହର୍ମୁଜ ସମିଟ୍ ବୈଠକରେ ଭାରତ, ଚୀନ, ଜାପାନ, ମ୍ୟାଲେସିୟା ଓ ଇଣ୍ଡୋନେସିଆ ସମେତ ଅନେକ ଦେଶ ସାମିଲ ହେବ । ଏହା ମଧ୍ୟରେ ଇରାନ୍ ସହ ଆଲୋଚନା କରି ୬ ଜାହାଜ ହର୍ମୁଜ୍ ପାର୍ କରିଛି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରଖିବା ନେଇ MEA ନିଷ୍ପତ୍ତି ନେଇଛି । ଇରାନ-ଇସ୍ରାଏଲ୍ ଯୁଦ୍ଧ ପରଠାରୁ ଏହି ଜଳପଥ ବନ୍ଦ ହେବା ଫଳରେ ବିଶ୍ୱର ଅନେକ ଦେଶ ପ୍ରଭାବିତ ହୋଇଛନ୍ତି । ଜୟସ୍ବାଲ୍ କହିଛନ୍ତି ଯେ ଭାରତୀୟ ଜାହାଜଗୁଡ଼ିକର ନିରାପଦ ଏବଂ ଅବିଚ୍ଛିନ୍ନ ଗମନାଗମନକୁ ଆମେ କିପରି ସୁନିଶ୍ଚିତ କରିପାରିବୁ ତାହା ନିର୍ଣ୍ଣୟ କରିବା ପାଇଁ ଇରାନ ଏବଂ ଅଞ୍ଚଳର ଅନ୍ୟାନ୍ୟ ଦେଶମାନଙ୍କ ସହିତ ସରକାର ଯୋଗାଯୋଗରେ ରହିଛନ୍ତି । ଏହି ଜାହାଜଗୁଡ଼ିକରେ ଏଲପିଜି, ଏଲଏନଜି ଏବଂ ଅନ୍ୟାନ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ । ଗତ କିଛି ଦିନ ଧରି ହୋଇଥିବା ଆଲୋଚନା ମାଧ୍ୟମରେ, ଆମର ଛଅଟି ଭାରତୀୟ ଜାହାଜ ସଫଳତାର ସହିତ ଏବଂ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରିଛି ଏବଂ ଆମେ ସମ୍ପୃକ୍ତ ପକ୍ଷମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛୁ। Post navigation AAP Removes Raghav Chadha: ରାଘବ ଚଢ଼ାଙ୍କୁ ଦଳର ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆପ୍ Morning Classes in Odisha: ରାଜ୍ୟରେ ସକାଳୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଜାରି