ମେ ମାସ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ । ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ । ସେ କହିଛନ୍ତି ଆଜି ସରିବ ମାଟ୍ରିକ ପରୀକ୍ଷାର ଖାତା ଦେଖା। ରେଜଲ୍ଟ ବାହାରିବା ପରେ ସଙ୍ଗେ ସଙ୍ଗେ ମିଳିବ ସାର୍ଟିଫିକେଟ୍ । ଯାହାଙ୍କର ପେପର୍ ଖରାପ ଥିବ ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ।

ପ୍ରକ୍ରିୟାଟି ସୁରୁଖୁରୁରେ ଏବଂ କୌଣସି ବିଭେଦ ବିନା ସମ୍ପାଦିତ ହୋଇଥିବା ରିପୋର୍ଟ କରାଯାଇଛି। ଏପର୍ଯ୍ୟନ୍ତ, ଚାରୋଟି ଜିଲ୍ଲାରୁ ଉତ୍ତର ପତ୍ର ମୂଲ୍ୟାଙ୍କନ କରାଯାଇଛି, ଯେତେବେଳେ ବାକି ଜିଲ୍ଲାରୁ ଲେଖା ଏପର୍ଯ୍ୟନ୍ତ ମିଳିନାହିଁ।

ସୂଚନା ଯୋଗ୍ୟ; ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଖାତା ଦେଖା ପ୍ରକ୍ରିୟା। ମାର୍ଚ୍ଚ ୧୯ ରୁ ଆରମ୍ଭ ହୋଇଥିବା ଏହି ମୂଲ୍ୟାୟନ କାର୍ଯ୍ୟ ରାଜ୍ୟର ୩୦ଟି ଜିଲ୍ଲାର ୫୦ଟି କେନ୍ଦ୍ରରେ ଜୋରଦାର ଭାବେ ଚାଲିଥିଲା। ପ୍ରାୟ ୧୫ ହଜାର ଶିକ୍ଷକ ଏହି ଖାତା ମୂଲ୍ୟାୟନରେ ନିୟୋଜିତ ଥିଲେ, ଯାହା ଆଜି ସମାପ୍ତ ହେବାକୁ ଯାଉଛି। ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଚଳିତବର୍ଷ ରାଜ୍ୟର ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ। ଏଥିପାଇଁ ବୋର୍ଡ ଦ୍ବାରା ମୋଟ ୩,୦୮୨ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଗତ ଫେବୃଆରୀ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ପାଖାପାଖି ୧୨ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇ ବୋର୍ଡ ପକ୍ଷରୁ ଯୋଜନା ରହିଥିଲା। ବିଶେଷ କଥା ହେଲା, ଏଥର ଫଳ ପ୍ରକାଶ ହେବ ସହିତ ସର୍ଟିଫିକେଟ୍ ମଧ୍ୟ ତୁରନ୍ତ ମିଳିବ।

Leave a Reply

Your email address will not be published. Required fields are marked *