ପ୍ରଦୂଷଣ ହ୍ରାସ କରିବା ଓ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସାରା ଦେଶରେ ଆଜି, ୧ ଏପ୍ରିଲ୍, ୨୦୨୫ ଠାରୁ, ଦେଶବ୍ୟାପୀ ପେଟ୍ରୋଲ୍ ପମ୍ପଗୁଡ଼ିକୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ୍ ମିଶ୍ରିତ ଇନ୍ଧନ ଯୋଗାଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏ ନେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ତୈଳ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । E20 ପେଟ୍ରୋଲ ହେଉଛି ୨୦ ପ୍ରତିଶତ ଇଥାନଲ୍ ଏବଂ ୮୦ ପ୍ରତିଶତ ପେଟ୍ରୋଲର ମିଶ୍ରଣ । କହିରଖୁଛୁ ଯେ, ଇଥାନଲ୍ ଆଖୁ, ମକା ଓ ଅନ୍ୟାନ୍ୟ ଶସ୍ୟରୁ ଉତ୍ପାଦିତ ହୁଏ। ଏହା ଏକ ନବୀକରଣୀୟ ଇନ୍ଧନ ଏବଂ ନିୟମିତ ପେଟ୍ରୋଲ ତୁଳନାରେ କମ୍ ପ୍ରଦୂଷଣକାରୀ । ଏହି ପଦକ୍ଷେପ ପରିବେଶ ଓ ଚାଷୀ ଉଭୟଙ୍କ ପାଇଁ ଲାଭଦାୟକ ହୋଇପାରିବ । Post navigation Census 2027 Begins Today: ଆଜିଠୁ ଦେଶରେ ଆରମ୍ଭ ହୋଇଛି ଜନଗଣନା-୨୦୨୭