Odisha Primary Teachers’ Association Warns of Protest
ଓଡ଼ିଶାର ପ୍ରାଥମିକ ଶିକ୍ଷକ ସଂଘ ସରକାରଙ୍କ ପ୍ରମୁଖ ଦାବି ପୂରଣ କରିବାରେ ବିଫଳତା ଉପରେ ଗଭୀର ନିରାଶା ପ୍ରକାଶ କରିଛି । ମଙ୍ଗଳବାର ଦିନ ଜାରି ହୋଇଥିବା ଏକ ବାର୍ତ୍ତା ଅନୁଯାୟୀ, ରାଜ୍ୟର ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଡିସେମ୍ବର ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ।
 
ସରକାରଙ୍କ ତରଫରୁ ପ୍ରତିନିଧି ଭାବେ ଆସି ଏକାମ୍ର ବିଧାୟକ ବାବୁ ସିଂ ମହୋଦୟ ଓ ପୂର୍ବତନ ସାଂସଦ ବିଶ୍ୱେଶ୍ୱର ଟୁଡୁ ଦାବୀ ପୂରଣ ହେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ପ୍ରାୟ ୪ମାସ ବିତିଯାଇଥିଲେ ମଧ୍ୟ ସରକାର ପ୍ରାଥମିକ ଶିକ୍ଷକ ମହାସଂଘର ଦାବୀକୁ ପୂରଣ କରି ନାହାଁନ୍ତି ବୋଲି ଆଜି ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ କୁହାଯାଇଛି ।
 
ଆଜିର ବୈଠକରେ ମହାସଂଘର ଆବାହକ ଓ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କ ନିଷ୍ପତି କ୍ରମେ, ଯଦି ଆସନ୍ତା ୦୭.୦୪.୨୦୨୬ ରିଖ ସୁଦ୍ଧା ମହାସଂଘର ଦୁଇଟି ଦାବୀ ପୂରଣ ନ ହୁଏ ତେବେ ଆସନ୍ତା ୮ ତାରିଖ ବୁଧବାର ଦିନ ଠାରୁ ପ୍ରାଥମିକ ଶିକ୍ଷକ ମହାସଂଘର steering committee ର ସମସ୍ତ ସଦସ୍ୟ ଭୁବନେଶ୍ୱରଠାରେ ଦାବୀ ହାସଲ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି ।
 
ତେଣୁ ଓଡ଼ିଶାର ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ଭାଇ ଓ ଭଉଣୀ ମାନଙ୍କୁ ନୈତିକ ସମର୍ଥନ ଜାରି ରଖିବା ସହିତ ଦାବୀ ପୂରଣ ହେବା ଦିଗରେ ସମ୍ପୂର୍ଣ ସହଯୋଗ କରିବାକୁ ମହାସଂଘ ଅନୁରୋଧ କରିଛି ।

By Nirvay

Leave a Reply

Your email address will not be published. Required fields are marked *