୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ । ଭୁବନେଶ୍ୱରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ୧୨୦ ବାଟାଲିୟନ ଅଭିମୁଖେ ବାହାରିଛନ୍ତି । ସେଠାରେ ସେ ରାତ୍ରୀ ରହଣି ଓ ଭୋଜନର କାର୍ଯ୍ୟକ୍ରମ ରହିଛି ।ତାଙ୍କର ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର, ପୁରୀ ଏବଂ ଗୋପାଳପୁରରେ ବିଭିନ୍ନ ସେନା ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତା କାଲି ଅର୍ଥାତ୍ ମାର୍ଚ୍ଚ ୨୮ରେ ପୁରୀ, ଗୋପାଳପୁରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପୁରୀର ସୈନିକ ସଦନରେ ରହିବା ସମୟରେ ସେଠାରୁ ସେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହା ପରେ ଜେନେରାଲ ଦ୍ୱିବେଦୀ ତାଲାବଣିଆ ହେଲିପ୍ୟାଡ୍ ମାଧ୍ୟମରେ ଗୋପାଳପୁରକୁ ଯିବେ, ଯେଉଁଠାରେ ସେ ଆର୍ମି ଏୟାର ଡିଫେନ୍ସ କଲେଜ ପରିଦର୍ଶନ କରିବେ। ଗୋପାଳପୁରରେ ଥିବା ସମୟରେ ସେ ସେନାର ତାଲିମ ବ୍ୟବସ୍ଥା, ଆଧୁନିକ ସାମଗ୍ରୀ ଏବଂ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସମୀକ୍ଷା କରିବେ।ଏହା ସହିତ ସେ ଅଧିକାରୀ ଏବଂ ପୂର୍ବତନ ସୈନିକମାନଙ୍କ ସହିତ ଆଲୋଚନା କରିବେ । ତିନି ଦିନିଆ ଏହି ଗସ୍ତ ଶେଷ କରି ଜେନେରାଲ ଦ୍ୱିବେଦୀ ମାର୍ଚ୍ଚ ୨୯ ତାରିଖରେ ନୂଆଦିଲ୍ଲୀକୁ ଫେରିବେ। Post navigation Liquor Shop Lottery In April: ଏପ୍ରିଲରେ ମଦ ଦୋକାନ ପାଇଁ ହେବ ଲଟେରୀ: ପୃଥ୍ବୀରାଜ ହରିଚନ୍ଦନ VAT On Petrol, Diesel And Cooking Gas: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ଭାଟ୍ ହ୍ରାସ ପାଇଁ ଦାବି ଉଠାଇଲା ବିଜେଡି