ରାଜ୍ୟର ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଓଡିଶା ଡିଜିପି କଡ଼ା ତାଗିଦ କରିଛନ୍ତି । କଟକ-ଭୁବନେଶ୍ୱର କାର୍ଯ୍ୟକ୍ରମରେ ଯୋଗ ଦେଉନଥିବାରୁ ପ୍ରାୟ ୩୬ ଜଣ ଆଇପିଏସ୍ ଅଫିସରଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ତାଗିଦ କରିଛନ୍ତି । ଏଣିକି ବିନା ଅନୁମତିରେ ଓଡିଶା ପୋଲସ ଦ୍ୱାରା ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ବାଦ୍ ପଡ଼ିପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି । କହିରଖୁଛୁ ଯେ, କଟକ-ଭୁବନେଶ୍ୱର ରେ କାର୍ଯ୍ୟରତ ଆଇପିଏସ୍ ଅଫିସର ରାଜ୍ୟ ପୋଲିସ୍ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅନୁପସ୍ଥିତି ରହୁଛନ୍ତି । ଯାହାକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ଅଧିକାରୀ ଯଦି ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଯୋଗୁଁ ଅନୁପସ୍ଥିତ ରହିବାକୁ ଚାହାନ୍ତି ତେବେ ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ । Post navigation Middle East Tensions: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ