ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ଏହାର ପ୍ରଭାବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍ ଓ ତୈଳ ଉପଲବ୍ଧ ଥିବା ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି । ତେବେ କୃତ୍ରିମ ଅଭାବ ସୃଷ୍ଟିକାରୀ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଇରାନ-ଇସ୍ରାଏଲ୍ ଯୁଦ୍ଧ ପାଇଁ ଦେଶରେ ତୈଳ ଏବଂ ଗ୍ୟାସକୁ ନେଇ ଆହାକର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । କରୋନା ଭଳି କେନ୍ଦ୍ର ଓ ରାଜ୍ୟ ଏକାଠି ଟିମ୍ ଇଣ୍ଡିଆ ଭାବେ କାମ କରିବାକୁ ହେବ ବୋଲି ମୋଦି କହିଛନ୍ତି । ପୂର୍ବରୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍ ମହଜୁଦ ଥିବା କଥା କହିଥିଲେ । Post navigation Ram Navami 2026: ଶ୍ରୀରାମନବମୀ ପାଇଁ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି Police DG Warns IPS Officers: ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପୁଲିସ୍ ଡିଜିଙ୍କ ତାଗିଦ