sambalpur-police-makes-special-preparations-for-ram-navami
ଶ୍ରୀରାମନବମୀ ପାଇଁ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି । ରିଜର୍ଭ ପୋଲିସ୍ ପଡ଼ିଆ ପରିସରରେ ବ୍ରିଫିଂ କାର୍ଯ୍ୟକ୍ରମ ଆଜି ହୋଇଛି । ଆଇନ-ଶୃଙ୍ଖଳା ରକ୍ଷା କରାଯିବା ନେଇ ଆଲୋଚନା ହୋଇଛି । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଓ ସେନ୍ସିଟିଭ୍ ଅଞ୍ଚଳଗୁଡ଼ିକୁ ନଜରରେ ରଖି ସତର୍କ ରହିବାକୁ ପୋଲିସ ତଥା ଅର୍ଦ୍ଧସାମରିକ ବାହିନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
 
ପୂର୍ବରୁ, ରାମ ନବମୀ ଓ ହନୁମାନ ଜୟନ୍ତୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।
 
ଜୟନ୍ତୀ ଅବସରରେ ପିଇବା ପାଣି, ସ୍ୱାସ୍ଥ୍ୟ କେନ୍ଦ୍ର, ଲାଇଟ୍, ଡ୍ରେନେଜ୍, ରାସ୍ତାକୁ ପ୍ରମୁଖ ଗୁରୁତ୍ୱ ଦିଆଯାଉଛି । ସେହିପରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ଶୋଭାଯାତ୍ରା ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।
sambalpur-police-makes-special-preparations-for-ram-navami

By Nirvay

Leave a Reply

Your email address will not be published. Required fields are marked *