ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ପୁଣି ବାରବାଟୀରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍। ୨୦୨୬-୨୭ ପାଇଁ ବିସିସିଆଇ ଖେଳସୂଚୀରୁ ସ୍ପଷ୍ଟ ହେଲା ବାରବାଟୀ ମ୍ୟାଚ୍ । ଭାରତ ଗସ୍ତରେ ଆସି ୩ଟି ଓଡିଆଇ ଓ ୩ଟି ଟି-୨୦ ଖେଳିବ ଶ୍ରୀଲଙ୍କା । ଏହି ସିରିଜ୍ର ଦ୍ୱିତୀୟ ଟି-୨୦ ମ୍ୟାଚ୍ ବାରବାଟୀରେ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍ ରାଜକୋଟରେ ହେବ, ତୃତୀୟ ମ୍ୟାଚ୍ ପୁଣେରେ ଖେଳାଯିବ। ବାରବାଟୀ ଷ୍ଟାଡିୟମର ଐତିହାସିକ ମହତ୍ତ୍ୱ ମଧ୍ୟ ଦର୍ଶକଙ୍କର ଉତ୍ସାହକୁ ଦ୍ୱିଗୁଣ କରୁଛି। ବିସିସିଆଇ ପକ୍ଷରୁ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ସୂଚୀ ଜାରି କରାଯାଇଛି । ଏହି ଶୃଙ୍ଖଳାର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହି ସିଜିନ୍ ରେ ୧୭ଟି ସହରରେ ୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ । ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ସେହିଠାରେ ୨୦୧୭ ମସିହାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ ଦର୍ଶକଙ୍କ ମନରେ ମଧୁର ସ୍ମୃତି ରହିଛି। ସେହି ମ୍ୟାଚ୍ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍ରେ ପରାସ୍ତ କରି ବିଜୟୀ ହୋଇଥିଲା । Post navigation Road Accident Death In Odisha: ସଡ଼କ ଦୁର୍ଘଟଣାରେ ଦିନକୁ ଯାଉଛି ୧୮ ଜଣଙ୍କ ଜୀବନ Odisha Assembly: ୨ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ଗଲାଣି ୪୯୫୩ ଜଣଙ୍କ ଜୀବନ