CPET Exam 2026 to Begin from May 5
ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ।
 
ମେ’ ୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ । ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଥିବା ୩୧,୯୧୫ଟି ସିଟ୍ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ସର୍ବମୋଟ ୫୮,୭୦୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।
 
ଆବେଦନକାରୀମାନଙ୍କ ତଥ୍ୟ ମାର୍ଚ୍ଚ ୨୬ ତାରିଖ ଦିନ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ (SSB)କୁ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନେ ଏପ୍ରିଲ ୩୦ ତାରିଖରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଛାତ୍ରଛାତ୍ରୀମାନେ ଏସଏସବି ୱେବସାଇଟ (https://ssbodisha.ac.in/) କୁ ଯାଇ ଏପ୍ରିଲ ୩୦ ତାରିଖରୁ ନିଜର ଆଡ଼ମିଟ କାର୍ଡ଼ ଡ଼ାଉନଲୋଡ଼ କରିପାରିବେ ।
CPET Exam 2026 to Begin from May 5

By Nirvay

Leave a Reply

Your email address will not be published. Required fields are marked *