ଜନଗଣନା ଟ୍ରେନିଂ ସମୟ ପରିବର୍ତ୍ତନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ । ଚିଠି ଲେଖି ଅନୁରୋଧ କଲେ ମାଟ୍ରିକ ଖାତା ଦେଖୁଥିବା ଶିକ୍ଷକ । ଗୋଟିଏ ସମୟରେ ଜନଗଣନା ତାଲିମ ଏବଂ ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶିକ୍ଷକ। ମୂଲ୍ୟାୟାନ କାର୍ଯ୍ୟ ଶେଷ ପରେ ଜନଗଣନା ଟ୍ରେନିଂ ଦେବାକୁ ଅନୁରୋଧ କରାଯାଇଛି। ଏପ୍ରିଲ୍ ୨ ପରେ ଟ୍ରେନିଂ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଛନ୍ତି । ସୂଚନା ଯୋଗ୍ୟ; ବର୍ତ୍ତମାନ ରାଜ୍ୟରେ ମାଟ୍ରିକ ଖାତା ମୂଲ୍ୟାଙ୍କନ ଚାଲିଛି । ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇଥିବା ଖାତା ଦେଖା ପ୍ରକ୍ରିୟା ଏପ୍ରିଲ ୨ ତାରିଖରେ ଶେଷ ହେବ । ଏହି ସମୟରେ ଜନଗଣନା ତାଲିମ ମଧ୍ୟ ଜାରି ରହିଛି । ତେଣୁ ଯେଉଁ ଶିକ୍ଷକମାନେ ଜନଗଣନା ଡ୍ୟୁଟିରେ ନିଯୁକ୍ତ ହୋଇଛନ୍ତି ସେମାନେ ମାଟ୍ରିକ୍ ଖାତା ଦେଖାରେ ମଧ୍ୟରେ ନିଯୁକ୍ତ ହୋଇଛନ୍ତି । ଗୋଟିଏ ସମୟରେ ଦୁଇଟି କାମ ଚାଲିଥିବାରୁ ଶିକ୍ଷକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । Post navigation Electric Death In Odisha: ୩ ବର୍ଷରେ ବିଦ୍ୟୁତ ଆଘାତ ଯାଇଛି ୨୧୦ ଜଣଙ୍କ ଜୀବନ: ଉପମୁଖ୍ୟମନ୍ତ୍ରୀ Rain Alert In Odisha: କାଳବୈଶାଖୀ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି