ଚାରି ଦଫା ଦାବି ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ଜିଲ୍ଲାରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଚାଷୀମାନଙ୍କୁ ଏଥିରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି କଂଗ୍ରେସ ନେତା। ମଣ୍ଡିରୁ ଧାନ ନ ଉଠିବା, କାଳବୈଶାଖୀରେ ଧାନ ନଷ୍ଟ ହେବା, ପେଟ୍ରୋଲ, ଡିଜେଲ ଓ ଏଲପିଜି ଗ୍ୟାସ୍ ସମୟ ଅନୁସାରେ ଯୋଗାଣ ଆଦି ବିଭିନ୍ନ ଦାବି ନେଇ କଂଗ୍ରେସ ବନ୍ଦ ପାଳନ କରୁଛି । ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜରୁରୀ କାମରେ ବାହରୁଥିବା ଲୋକେ ନାନାଦି ହଇରାଣ ହେଉଥିବା ଦେଖିବାକୁ ମିଳିଛି । Post navigation Dry Day Declared In Basudevpur: ଆଜି ବାସୁଦେବପୁରରେ ମଦ ବିକ୍ରି ବନ୍ଦ Gold & Silver Prices Hike: ପୁଣି ବଢ଼ିଲା ସୁନା ଓ ରୁପା ଦର