ବିଜୁ ଜନତା ଦଳ ଆଜି ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ ସମେତ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଛଅ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି । ଜାରି ହୋଇଥିବା ଏକ ଆଦେଶ ଅନୁଯାୟୀ, ଦଳର ମୁଖ୍ୟ ସଚେତକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଯାଞ୍ଚ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଉତ୍ତରଗୁଡ଼ିକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜେଡି ଶୃଙ୍ଖଳାଗତ କମିଟି ଦ୍ୱାରା ସମୀକ୍ଷା କରାଯାଇଥିଲା, ଏବଂ ପରେ ଆଜି ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ ଦ୍ୱାରା ଅନୁମୋଦନ କରାଯାଇଥିଲା, ଯାହା ଫଳରେ ଛଅ ଜଣ ବିଧାୟକଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିଲା । ନିଲମ୍ବିତ ବିଧାୟକମାନେ ହେଉଛନ୍ତି ବିଧାୟକ ଚକ୍ରମଣି କହଁର (ବାଲିଗୁଡ଼ା), ନବ କିଶୋର ମଲ୍ଲିକ (ଜୟଦେବ), ସୌଭିକ୍ ବିଶ୍ୱାଲ୍ (ଚୌଦ୍ୱାର-କଟକ), ସୁବାସିନୀ ଜେନା (ବସ୍ତା), ରମାକାନ୍ତ ଭୋଇ (ତିର୍ତୋଲ) ଏବଂ ଦେବୀ ରଞ୍ଜନ ତ୍ରିପାଠି (ବାଙ୍କି) । କହିରଖୁଛୁ ଯେ, ଉକ୍ତ ବିଧାୟକଙ୍କୁ ମାର୍ଚ୍ଚ ୧୭ ତାରିଖରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ୍ ପ୍ରଦାନ କରିଥିଲେ, ଯେଉଁଥିରେ ସେମାନେ ମାର୍ଚ୍ଚ ୧୬ ତାରିଖରେ ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ପରିବର୍ତ୍ତେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେବାରୁ ଦଳୀୟ ଶୃଙ୍ଖଳାର ଗମ୍ଭୀର ଉଲ୍ଲଂଘନ ଏବଂ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରାଯାଇଥିଲା । Post navigation Commercial LPG Allocation By 20%: ଆବଣ୍ଟନ ହେବ ଅତିରିକ୍ତ ୨୦ ପ୍ରତିଶତ କମର୍ସିଆଲ୍ LPG Mid-Day Meal Workers Protest: ଆନ୍ଦୋଳନ ପ୍ରତ୍ୟାହାର କଲା ପାଚିକା ସଂଘ