Over 40 Escape After Malkangiri bound Bus Catches Fire
ନୀଳକଣ୍ଟେଶ୍ୱର ନାମକ ଘରୋଇ ଯାତ୍ରୀବାହୀ ବସ୍ ରେ ଅଗ୍ନିକାଣ୍ଡ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ବସଟି ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ ନିକଟରେ ପ୍ରାୟ ରାତି ୩ଟା ସମୟରେ ହଠାତ୍ ବସ୍‌ଟିରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା ।
 
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯାତ୍ରା କରୁଥିଲେ । ବିଧାୟକଙ୍କ ସମେତ ଯାତ୍ରା କରୁଥିବା ୪୦ ଯାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା ।
 
ପରେ ଅନ୍ୟ ଏକ “Asian Smile” ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ କୌଣସି ପ୍ରାଣହାନି ହୋଇନାହିଁ ।

By Nirvay

Leave a Reply

Your email address will not be published. Required fields are marked *