ଇତିହାସ ରଚିଲା ଟିମ୍ ଇଣ୍ଡିଆ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ବିଶ୍ଵ ଚାମ୍ପିଅନ ହୋଇଛି। ଭାରତ ପ୍ରଥମ ଦଳ ଭାବେ ତୃତୀୟ ଥର ଟି-୨୦ ବିଶ୍ଵକପ୍ ଜିତିଛି। ୨୦୨୪ ଟି-୨୦ ବିଶ୍ଵକପ ଜିତିବା ପରେ ଭାରତ ୨୦୨୬ ଟି-୨୦ ବିଶ୍ଵକପ୍ ଜିତି ରେକର୍ଡ ସୃଷ୍ଟି କରିଛି। ଏହା ସହିତ ଭାରତ ତିନିଥର ଟି-୨୦ ବିଶ୍ୱକପ ଟ୍ରଫି ଜିତିଥିବା ଦଳ ହୋଇଛି।

କିୱି ଅଧିନାୟକ ମିଚେଲ ସାଣ୍ଟନର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୨୫୫ ରନର ବିଶାଳ ସ୍କୋର କରିଥିଲା। ସଞ୍ଜୁ ସାମସନ ୮୯ ରନ, ଇଶାନ କିଶନ ୫୪ ରନ ଓ ଅଭିଷେକ ଶର୍ମା ୫୨ ରନ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା ଏବଂ ୧୯ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୫୯ ରନ କରିପାରିଥିଲା। ଭାରତ ପକ୍ଷରୁ ଜସପ୍ରିତ ବୁମରାହ ୪ଟି ଏବଂ ଅକ୍ଷର ପଟେଲ ୩ଟି ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *