ରାଜଧାନୀରେ ରକ୍ତରଞ୍ଜିତ ହେଲା ହୋଲି । ଭରତପୁର ଥାନା ଫୁଲେଶ୍ଵରି ବସ୍ତିରେ ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ୍ୟୁ ଅଭିଯୋଗ । ଘରୋଇ କଳିରୁ ଉଗ୍ରରୁପ ନେଇ ବିଭତ୍ସ ହତ୍ୟା । ଅନ୍ତବୁଜୁଳା ବାହାର କରି ହତ୍ୟା କଲା ସ୍ବାମୀ । ସ୍ତ୍ରୀ ସାବିତ୍ରୀ ମଲ୍ଲିକଙ୍କୁ ହତ୍ୟା କରିଛି ସ୍ବାମୀ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ କମିଶନରେଟ ପୋଲିସର ପହଞ୍ଚି ଛାନଭିନ କରିବା ସହ ମୃତଦେହ ଜବତ ସହ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଭରତପୁର ଆଇଆଇସିଙ୍କ ସହ ଜୋନାଲ ଏସିପି ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । କିଭଳି ନିଜ ସ୍ତ୍ରୀ କୁ ଅତି ବିଭତ୍ସ ଭାବେ ହତ୍ୟା କଲା ସ୍ବାମୀ । ସେନେଇ ପୋଲିସ ହତ୍ୟା ସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛି ।

ସୂଚନା ଯୋଗ୍ୟ; ପୂର୍ଣ୍ଣଚନ୍ଦ୍ରଙ୍କ ଘର ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେ କିଛିବର୍ଷ ହେବ ପତ୍ନୀଙ୍କ ସହ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ। ଗତକାଲି (ମଙ୍ଗଳବାର) ରାତି ପ୍ରାୟ ୧୦ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ରାତି ପ୍ରାୟ ୯ଟା ୩୦ ବେଳେ ସ୍ୱାମୀ ଓ ସ୍ତ୍ରୀ ରାତ୍ରିଭୋଜନ କରିବା ସମୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ସାମାନ୍ୟ କିଛିସମୟ ଭିତରେ ଏହି ଝଗଡ଼ା ଭୀଷଣ ରୂପ ଧାରଣ କରିଥିଲା। ଝଗଡା ଏତେ ବଢ଼ିଯାଇଥିଲା ଯେ ଉଭୟ ଘରୁ ବାହାରି ରାସ୍ତାକୁ ଚାଲି ଆସିଥିଲେ। ପୂର୍ଣ୍ଣଚନ୍ଦ୍ର ଓ ସାବିତ୍ରୀ ପରସ୍ପରକୁ ଗାଳିଗୁଲଜ କରୁଥିଲେ। ଉଭୟଙ୍କ ମଧ୍ୟରେ ହତାହାତି ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ଅଧିକ ରାଗିଯାଇଥିଲା। ସେ ଘରୁ ଏକ ଛୁରି ଆଣି ସାବିତ୍ରୀଙ୍କ ପେଟକୁ ରାସ୍ତା ମଝିରେ ଭୁସି ଦେଇଥିଲା। ଚିତ୍କାର ଶୁଣି ସ୍ଥାନୟ ଲୋକମାନେ ରୁଣ୍ଡ ହୋଇପଡିଥିଲେ। ଖବର ପାଇ ପୋଲିସ ପହଞ୍ଚି ପୂର୍ଣ୍ଣଚନ୍ଦ୍ରକୁ କାବୁ କରିଥିଲା।

ଅଭିଯୁକ୍ତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ମୃତଦେହକୁ ପୋଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ଶବ ସଂରକ୍ଷଣ ଗୃହରେ ରଖିଛି। ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ସାବିତ୍ରୀଙ୍କ ଭାଇ ବସନ୍ତ ମଲ୍ଲିକଙ୍କ ଏତଲାକୁ ଆଧାର କରି ଭରତପୁର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *