ବ୍ରହ୍ମପୁର ଜେଲ୍କୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଏମକେସିଜି ମେଡିକାଲରୁ ପୁଣି ବ୍ରହ୍ମପୁର ଜେଲ୍ ଫେରିଲେ ବିକ୍ରମ । କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍ ସ୍ଥାନାନ୍ତର । ୫ ଦିନ ହେଲା ଅସୁସ୍ଥତା ଯୋଗୁଁ ଏମକେସିଜିରେ ଭର୍ତ୍ତି ହୋଇଥିଲେ । ମେଡିକାଲ ପକ୍ଷରୁ ଡିସଚାର୍ଜ କରାଯିବା ପରେ ବ୍ରହ୍ମପୁର ଜେଲ୍ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ତରବରିଆ ଡିସ୍ଚାର୍ଜ କରାଯାଇଥିବା ଅଭିଯୋଗ କଲେ ବିକ୍ରମଙ୍କ ଓକିଲ । ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି ବିକ୍ରମ, ଏମକେସିଜି କର୍ତ୍ତୃପକ୍ଷ ଚାପରେ ଡିସଚାର୍ଜ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ବିକ୍ରମ ପଣ୍ଡା ଅର୍ଶ, ଗଲ ବ୍ଲାଡର ଷ୍ଟୋନ, ପାଦ ଓ ଦାନ୍ତରେ ଯନ୍ତ୍ରଣା ଯୋଗୁଁ ୫ ଦିନ ତଳେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅର୍ଶ ପାଇଁ ତାଙ୍କୁ ମେଡିସିନ ଦିଆଯାଇଥିବାବେଳେ ଦିନେ ଦୁଇ ଦିନ ଭିତରେ ଗଲ ବ୍ଲାଡର ଷ୍ଟୋନ ଅପରେସନ ହେବ ବୋଲି କୁହାଯାଇଥିଲା । ତେବେ ଆଜି ଅଚାନକ ପୋଲିସ ତାଙ୍କୁ ମିଛି କହି ଏମକେସିଜିରୁ ଡିସଚାର୍ଜ କରି ଜେଲକୁ ନେଇଯାଇଥିବା ଅଭିଯୋଗ ହୋଇଛି । ବିକ୍ରମଙ୍କ ଅଧିକାର କ୍ଷୁଣ୍ଣ ହୋଇଛି, ଏନେଇ ଆଇନର ଦ୍ୱାରସ୍ଥ ହେବୁ ବୋଲି ବିକ୍ରମଙ୍କ ଓକିଲ କହିଛନ୍ତି । ବିକ୍ରମଙ୍କ ଓକିଲ ଏଭଳି ଅଭିଯୋଗ ଆଣିଛନ୍ତି ଯେ, ଡାକ୍ତରଙ୍କ ସହ ତଳ ମହଲାରେ କଥାବାର୍ତ୍ତା କରିବାକୁ କହି ତାଙ୍କୁ ଗାଡ଼ିରେ ବସାଇ ଜେଲକୁ ନେଇଯାଇଥିଲା ପୋଲିସ । ତାଙ୍କୁ ପୋଲିସ ନେଇଯାଉଥିବାବେଳେ ପରିବାର ଲୋକେ ଆପତ୍ତି ଉଠାଇଥିଲେ । Post navigation Raseshwari Panigrahi Health Condition Critical: ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ CBSE Board Exams 2026: ଆସନ୍ତାକାଲି ଆରମ୍ଭ ହେବ CBSE ପରୀକ୍ଷା; ସକାଳ ୧୦ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ