ନିର୍ଦ୍ଧାରିତ ପୂର୍ବରୁ ଉଠିଲା ଲିଙ୍ଗରାଜ ମନ୍ଦିରରେ ମହାଦୀପ। ଆଜି ରାତି ୧୦ଟାରେ ମହାଦୀପ ଉଠିବାର ସୂଚନା ଥିଲେ ବି ୮ଟା ୪୦ ମିନିଟରେ ମହାଦୀପ ଉଠିଲା । ସେବାୟତମାନେ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ କରିଥିବାରୁ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହୋଇଛି। ମହାଦୀପ ମନ୍ଦିର ଶିଖରକୁ ଉଠିବା ଆଗରୁ ଅନୁଷ୍ଠିତ ହୋଇଥିଲା ହରିହର ଭେଟ । ସ୍ବତନ୍ତ୍ର ରୀତିନୀତି ସହ ଶ୍ରୀଲିଙ୍ଗରାଜଙ୍କ ସହ ଭେଟ ହୋଇଥିଲେ ଶ୍ରୀ ଅନନ୍ତ ବାସୁଦେବ ।

ମନ୍ଦିର ଚାରିପାଖରେ ସେବାୟତମାନେ ପରିକ୍ରମା କରିବା ପରେ, ପବିତ୍ର ଦୀପ ପ୍ରଜ୍ଜ୍ୱଳିତ ହୋଇଥିଲା, ଏବଂ ତା’ପରେ ମହାଦୀପକୁ ବହନ କରୁଥିବା ସେବକମାନେ ଷୋଡ଼ଶ ଶତାବ୍ଦୀର ଶୈବ ମନ୍ଦିର ଉପରକୁ ଚଢ଼ି ଦୀପ ସ୍ଥାପନ କରିଥିଲେ। ଏହି ଦୁର୍ଲ୍ଲଭ ଦୃଶ୍ୟକୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ସେଠାରେ ଦ୍ବୀପ ପ୍ରଜ୍ବଳନ କରୁଥିବା ହଜାର ହଜାର ଶ୍ରଦ୍ଧାଳୁ ।

ମହାଦୀପ ଉଠିବା ପରେ ବର୍ତ୍ତମାନ ଭକ୍ତମାନେ ସାହାଣମେଲା ଦର୍ଶନ କରିଛନ୍ତି। ଏହାପରେ ଚାରି ପ୍ରହର ପୂଜା, ହରିହର ଭେଟ ଏବଂ ବଡ଼ସିଂହାର ବେଶ ଓ ପହୁଡ଼ ଆଦି ନୀତି ସମାପନ ହୋଇଛି।

ଅନ୍ୟପଟେ ଚଳିତ ଥର ସୁରକ୍ଷା କାର୍ଯ୍ୟରେ ପ୍ରାୟ ୪୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର ଓ ସିଂଘ ଦ୍ୱାରରେ ସବୁଠି ପୋଲିସ ମୁତୟନ କରାଯାଇଥିଲା । ଏଥିରେ ୩ ଜଣ ଡିସିପି ରାଙ୍କର ଅଫିସର, ସିନିୟର ଅଫିସର, ୬ ଜଣ ଅଡିସନାଲ ଡିସିପି, ୨୦୦ରୁ ଅଧିକ ଅଫିସର ନିୟୋଜିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *