ଦିନକୁ ଦିନ ବାଲି ମାଫିଆଙ୍କ ବର୍ବରତା ବଢ଼ିବାରେ ଲାଗିଛି । ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଚଢାଉ ସମୟରେ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ବାଲି ମାଫିଆଙ୍କ ସଦସ୍ୟମାନେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଜଣେ କାର୍ଯ୍ୟରତ ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ବାଲି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଶ୍ରୀରାମପୁର ଆରଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆଙ୍କ ଆକ୍ରମଣ କରିଛନ୍ତି। ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀ ପାଳପଡ଼ାରେ ବେଆଇନ ବାଲି ଉତ୍ତୋଳନ ରୋକିବାକୁ ଚଢ଼ାଉ ବେଳେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗକୁ ଭିତ୍ତି କରି ପୋଲିସର ତଦନ୍ତ କରୁଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ; ଗତକାଲି ବାଲି ମାଫିଆମାନେ ସୁବର୍ଣ୍ଣରେଖା ନଦୀ ପାଳପଡ଼ା ପଠାରେ ବେଆଇନ ବାଲି ଉଠାଣ କରୁଥିଲେ । ନଦୀ ପଠା ଶୁଖି ଯାଇଥିବାରୁ ମାଫିଆମାନେ ଜଳସେଚନ ପ୍ରକଳ୍ପର ବନ୍ଧ କାଟି ବାଲି ଉଠାଉ ଥିଲେ । ଏ ନେଇ ସ୍ଥାନୀୟ ଲୋକେ ଆରଆଇଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ଆରଆଇ ସରୋଜିନୀ ଟୁଡୁ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ବାଲି ମାଫିଆମାନେ ମହିଳା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ସେ ତହସିଲଦାର ଜ୍ୟୋତ୍ସାରାଣୀ ନାଏକଙ୍କୁ ଜଣାଇଥିଲେ । ତହସିଲଦାର ବାଲିଆପାଳ ଥାନାରେ ଏତଲା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *