parliament-several-delhi-schools-receive-bomb-threat-emails-security-on-high-alert
ଦିଲ୍ଲୀ ସଂସଦ ଭବନ ସମେତ ଦିଲ୍ଲୀର ନଅ ସ୍କୁଲକୁ ବୋମା ଧମକ ଆସିଛି । ୧୩ ତାରିଖ ଦିନ ୧ଟା ୧୧ରେ ବିସ୍ଫୋରଣ କରାଇବାକୁ ଖଲିସ୍ତାନ ନାଁରେ ମେଲ୍‌ରେ ବୋମା ଧମକ ଆସିଛି । ଏହି ଧମକ ପରେ ଦିଲ୍ଲୀ ପୋଲିସ, ଅଗ୍ନିଶମ ଟିମ୍ ଏବଂ ବମ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ଯାଞ୍ଚ ଆରମ୍ଭ କରିଛନ୍ତି ।
 
ଧମକ ଭିତରେ ଲେଖାଯାଇଛି ଯେ ସଂସଦ ଭବନକୁ ବୋମାରେ ଉଡ଼ାଇ ଦିଆଯିବ ଏବଂ ଦିଲ୍ଲୀକୁ ଖଲିସ୍ତାନ କରିବାକୁ ଚେଷ୍ଟା କରାଯିବ । ଏହା ସହ ଆଉ ମଧ୍ୟ ୯ଟି ସ୍କୁଲକୁ ବୋମା ଧମକ ଆସିଛି ।
 
ଏହି ଧମକ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ପୋଲିସ ଏବଂ ଅଗ୍ନିଶମ ବିଭାଗ ସତର୍କ ରହିଛନ୍ତି । ଦିଲ୍ଲୀର ସବୁ ସ୍କୁଲ ଏବଂ ପ୍ରଶାସନିକ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି । ଧମକକୁ ଗମ୍ଭୀରତାର ସହ ନେଇ ଅନେକ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନେଇଥିବାବେଳେ ଆଉ କିଛି ସ୍କୁଲ ଛୁଟି ଘୋଷଣା କରିଛନ୍ତି । 
 
ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ କଲ୍‌ର ଉତ୍ସ ଓ କଲ୍ କରିଥିବା ବ୍ୟକ୍ତିଙ୍କ ସ୍ଥାନ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି ।

By Nirvay

Leave a Reply

Your email address will not be published. Required fields are marked *