ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ନୃତ୍ୟ ପ୍ରଦର୍ଶନ ସହିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି । ମୋଦି, ମାଲେସିଆ ଗସ୍ତରେ ଥିବାବେଳେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କରିଥିଲେ । ସେ ମାଲେସିଆର ପ୍ରଧାନମନ୍ତ୍ରୀ ଅନ୍ୱର ଇବ୍ରାହିମଙ୍କ ସହ କୁଆଲାଲାମ୍ପୁରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ୮୦୦ କଳାକାର ଏକକାଳୀନ ପାରମ୍ପରିକ ପୋଷାକରେ ଶାସ୍ତ୍ରୀୟ ଏବଂ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଦି ଭାରତ ଏବଂ ମାଲେସିଆ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ । ସେ ମାଲେସିଆରେ ଥିବା ଭାରତୀୟ ବଂଶୋଦ୍ଭୂତ ଲୋକଙ୍କ ଭୂମିକା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ମୋଦି ଆହୁରି କହିଲେ ଯେ ମାଲେସିଆରେ ଥିବା ଭାରତୀୟ ବଂଶୋଦ୍ଭୂତ ଲୋକେ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କର ଏକ ଜୀବନ୍ତ ସେତୁ । ରବିବାର ଦିନ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯିବ । Post navigation BCCI Announces Reward for India’s U19 Team: ଅଣ୍ଡର ୧୯ ଟିମ କୁ ବିସିସିଆଇର ୭.୫ କୋଟି ଟଙ୍କା ପୁରସ୍କାର ଘୋଷଣା