ବରଗଡ଼-ଭଟଲି ରାସ୍ତାର ବରଡୋଲ ଛକରେ ଗତ ୨ ତାରିଖରେ ହୋଇଥିବା ଘଟଣା ନେଇଛି ନୂଆ ମୋଡ଼ । ଏକ ପେଟ୍ରୋଲ ଟ୍ୟାଙ୍କର ଧକ୍କାରେ ଜଣେ ଭଟଲି ବାସିନ୍ଦା ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଖବରକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ବରଡୋଲ ନିକଟରେ ସୋମବାର ସନ୍ଧ୍ୟାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିବାବେଳେ ଏକ ସ୍କର୍ପିଓ ଜୋର ଜବରଦସ୍ତ ଆନ୍ଦୋଳନସ୍ଥଳ ପାରି ହେବା ସହିତ ସେଠାରେ ଥିବା କେତେକ ବାଇକକୁ ଧକ୍କା ଦେଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଆହୁରି ତୀବ୍ର ହୋଇଥିବାବେଳେ ଉତ୍ତେଜିତ ଲୋକେ ସମ୍ପୃକ୍ତ ସ୍କର୍ପିଓକୁ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଚାଞ୍ଚଲ୍ୟକର ଖବର ହେଉଛି ଯେ, ସ୍କର୍ପିଓ ଚଳାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ପୁଅ କାର୍ତ୍ତିକ । ଏହି ଉତ୍ତେଜନା ପରେ ବିଧାୟକଙ୍କ ଙ୍କ ପୁଅ ଲହୁଲୁହାଣ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଏବେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କ ବନ୍ଧୁ ମାନେ ଅନ୍ୟାନ୍ୟ ସ୍ଥାନରେ ଚିକିତ୍ସା ପାଉଛନ୍ତି । ଏମାନଙ୍କୁ ସୁରକ୍ଷା ଦେବାକୁ ଯାଇ କିଛି ପୋଲିସକର୍ମୀ ମଧ୍ୟ ଆହତ ହୋଇଥିଲେ । ପୋଲିସ ଏ ଘଟଣାରେ ନିଜ ପଟୁ ଏକ ମାମଲା ରୁଜ୍ଜୁ କରିଥିଲା । କିନ୍ତୁ ଏଥିରେ ବିଧାୟକଙ୍କ ପୁଅ ବିଷୟରେ କୌଣସି ଉଲ୍ଲେଖ ନଥିଲା । Post navigation BCPPER Economic Roadmap: ଅର୍ଥନୈତିକ ଅଞ୍ଚଳ ପାଇଁ ବିସିପିପିଇଆର୍ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ Mahanadi Water Dispute: ମହାନଦୀ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ