ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର ସତୀଶ। ଭୁବନେଶ୍ୱରର ଜେଏମଏଫସି -୩ କୋର୍ଟ କରୀ ସତୀ ବାବୁ ଛଦ୍ମନାମ ସତୀଶ ରେଡ୍ଡୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସାକ୍ଷପ୍ରମାଣ ଅଭାବରୁ ଜେଲରୁ ମୁକୁଳିଛି ହାଇପ୍ରୋଫାଇଲ୍ ଚୋର ସ୍ପାଇଡର ସତୀଶ। ଭୁବନେଶ୍ଵର JMFC ୩ କୋର୍ଟ ପକ୍ଷରୁ ସ୍ପାଇଡର ସତୀଶଙ୍କୁ Not found guilty କରି ନିର୍ଦ୍ଦୋଷରେ ଖଲାସ କରାଗଲା। ପୋଲିସର Mistake of fact ଓ ଅଦାଲତରେ ଆବଶ୍ୟକ ତଥ୍ୟର ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ସ୍ଲାଇଡର ସତୀଶ। ସୂଚନା ଅନୁଯାୟୀ, ୨୦୨୫ ମସିହା ଜାନୁଆରୀ ୨୬ ତାରିଖରେ ନିରଞ୍ଜନଙ୍କ ଘରେ କଳାକନା ବୁଲାଇଥିଲା ହାଇଟେକ୍ ଚୋର ସ୍ପାଇଡର ସତୀଶ। ଭୋର ପ୍ରାୟ ୨.୩୦ ଟା ସମୟରେ ଜଣେ ଅନୁପ୍ରବେଶକାରୀ ଘରେ ପ୍ରବେଶ କରିଥିଲେ, ଯେତେବେଳେ ପଟ୍ଟନାୟକଙ୍କ ପୁଅ ଦେବଜ୍ୟୋତି ଏବଂ ତାଙ୍କ ବୋହୂ ମୀନୁ ଚିଲିକାରେ ଥିଲେ। ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଏବଂ ହୀରା ଅଳଙ୍କାର, କଙ୍କଣ, ହାର, ମୁଦି ଏବଂ ସଲିଟାୟାର ସମେତ ପ୍ରାୟ ୨.୫ ଲକ୍ଷ ଟଙ୍କା ନଗଦ ଚୋରି ହେଇଥିବା ଅଭିଯୋଗ ହୋଇଥିଲା । ୭୬ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ରାଜ୍ୟ ରାଜଧାନୀରେ କଡ଼ା ସୁରକ୍ଷା ମଧ୍ୟରେ ଏହି ଚୋରି ଘଟିଥିଲା। ଦେବଜ୍ୟୋତି ସେହି ଦିନ ସକାଳେ ନୟାପଲ୍ଲୀ ଥାନାରେ ଏକ ଏଫଆଇଆର ଦାଖଲ କରିଥିଲେ। ଅଭିଯୋଗ ଆଧାରରେ, ପ୍ରତ୍ୟେକଟି ସିସିଟିଭି ଫୁଟେଜରେ ରେଡ଼ିୟମ୍ ଜୋତା ସହ ସାମ୍ନାକୁ ଆସୁଥିଲା ସତୀଶର ଚେହେରା। ୧୦ ହଜାର ଫୋନ୍ ଓ ୪ଶହ ସିସିଟିଭିର ଯାଞ୍ଚ, ୫୦ ହାର୍ଡକୋର୍ ଚୋରଙ୍କ ହିଷ୍ଟ୍ରିର ଅନୁଧ୍ୟାନ କରି ଶେଷରେ ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା ପୋଲିସ ବହୁ ଆଡମ୍ବରରେ କ୍ରାଇମ ସିନ ରିକ୍ରିଏସନ ମଧ୍ୟ କରାଯାଇଥିଲା। ଫେବୃଆରୀ ୧୩ ରେ ସତୀଶଙ୍କୁ କୋର୍ଟଚାଲାଣ କରିଥିଲା ପୋଲିସ । ବହୁ ଆଡମ୍ବରରେ କ୍ରାଇମ ସିନ ରିକ୍ରିଏସନ ମଧ୍ୟ କରାଯାଇଥିଲା । ଗତବର୍ଷ ଏପ୍ରିଲ ୨୫ ରେ ଚାର୍ଜସିଟ ଦାଖଲ ହୋଇଥିଲା। ସତୀଶ ବିରୋଧରେ ୩୪ ଟି କେସ ଥିବା ସେତବେଳେ କୁହାଯାଇଥିଲା । କିନ୍ତୁ ଫିଲ୍ମ ଷ୍ଟାଇଲରେ ଚିତ୍ରଣ କରାଯାଇଥିବା ଏହି କେସ ଗୁଡିକର ପ୍ରମାଣ, ମାନ୍ୟବର କୋର୍ଟଙ୍କ ନିକଟରେ ଦାଖଲ କରିପାରିନଥିଲା ପୋଲିସ । Post navigation Spelling Change Of Places In Odisha: ୨୪ଟି ସ୍ଥାନର ଇଂରାଜୀ ନାମର ସଂଶୋଧନ ପ୍ରସଙ୍ଗ; ଏକାଧିକ ଜିଲ୍ଲାରୁ ସଂଶୋଧନ ପାଇଁ ଉଠିଛି ଦାବି: ସୁରେଶ ପୂଜାରୀ Islamabad Blast: ପାକିସ୍ତାନ ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ; ୩୧ ମୃତ; ୧୬୦ ଗୁରୁତର