ପାକିସ୍ତାନ ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ । ଇସଲାମବାଦର ଶେହଜାଦ ତର୍ଲାଇ ଇମାମବରଗାହରେ ଏକ ମସଜିଦରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬୦ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ଏହା ପରେ ରାଜ୍ୟରେ ଜୁରୀରକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ସନ୍ଦେହ କରାଯାଉଛି । ସୂଚନା ଯୋଗ୍ୟ; ଶୁକ୍ରବାର ନମାଜ ସମୟରେ ଇସଲାମାବାଦର ଏକ ସିଆ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ପ୍ରାରମ୍ଭିକ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପାକିସ୍ତାନର ଗଣମାଧ୍ୟମ ଡନର ସୂଚନା ଅନୁସାରେ ପିମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସେହିପରି ପଲିକ୍ଲିନିକ୍, ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏବଂ ସିଡିଏ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି । ଏହା ଇସଲାମାବାଦରେ ହୋଇଥିବା ଦ୍ୱିତୀୟ ବିସ୍ଫୋରଣ। ଏହା ପୂର୍ବରୁ ନଭେମ୍ବର ୧୧, ୨୦୨୫ରେ, ଇସଲାମାବାଦର ଜି-୧୧ ଅଞ୍ଚଳରେ ଏକ ଜିଲ୍ଲା ଏବଂ ସେସନ୍ସ କୋର୍ଟ କୋଠା ବାହାରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ସେହି ସମୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦ ରୁ ଅଧିକ ଆହତ ହୋଇଥିଲେ। ତିନି ମାସ ମଧ୍ୟରେ ପୁଣି ଥରେ ଇସଲାମାବାଦରେ ବିସ୍ଫୋରଣ ହୋଇଛି। ପାକିସ୍ତାନ ଦୀର୍ଘ ଦିନ ଧରି ବେଲୁଚିସ୍ତାନରେ ଏକ ବିଚ୍ଛିନ୍ନତାବାଦୀ ବିଦ୍ରୋହର ସମ୍ମୁଖୀନ ହୋଇଆସୁଛି, ଯେଉଁଠାରେ ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ନିୟମିତ ଭାବରେ ସୁରକ୍ଷା ବାହିନୀ, ବିଦେଶୀ ନାଗରିକ ଏବଂ ଅଣ-ସ୍ଥାନୀୟ ପାକିସ୍ତାନୀମାନଙ୍କୁ ଟାର୍ଗେଟ କରନ୍ତି। ଆଫଗାନିସ୍ତାନ ଏବଂ ଇରାନ ସୀମାବର୍ତ୍ତୀ ଏହି ଖଣିଜ ସମୃଦ୍ଧ ପ୍ରଦେଶରେ ସମନ୍ୱିତ ଆକ୍ରମଣ ପରେ ନୂତନ ହିଂସା ଦେଖାଦେଇଛି। Post navigation Niranjan Patnaik House Loot Case: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣା: ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର୍ Chit Fund Refund Deadline Extended: ବଢ଼ିଲା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି ବୃଦ୍ଧି