Arindam Roy targets Bobby at Harihat Mahotsav
ଯାଜପୁର ଜିଲ୍ଲା, କୋରେଇ ବ୍ଲକ ଅନ୍ତର୍ଗତ କରଦା ହରିହାଟ ମହୋତ୍ସବ ମଞ୍ଚରେ ପୂର୍ବତନ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଛନ୍ତି ବବିଙ୍କ ଭିଣୋଇ ତଥା ସିନେ ତାରକା ଓ ବିଜେପି ନେତା ଅରିନ୍ଦମ ରାୟ ।
 
ମହୋତ୍ସବରେ ଅତିଥି ଭାବେ ଯୋଗ ଦେଇ ଅରିନ୍ଦମ ରାୟ ମହୋତ୍ସବ ମଞ୍ଚରେ ବବିଙ୍କୁ ନିଶାନା କରି କଟାକ୍ଷ କରିଥିଲେ । ଆଗରୁ ଯେଉଁମାନେ ଭ୍ରଷ୍ଟାଚାରରେ ଲିପ୍ତ ଥିଲେ ତାଙ୍କ ପ୍ରତି କୋରେଇ ବିଧାୟକ ଆକାଶ ଦାସ ନାୟକ ଷ୍ଟ୍ରିକ୍ଟ ଆକ୍ସନ ନେଉଛନ୍ତି କହି ସେ ବବି ଦାସ ଙ୍କୁ ଟାର୍ଗେଟ କରିଛନ୍ତି ।
 
କରଦା ହରିହାଟ ମହୋତ୍ସବ ପ୍ରତିବର୍ଷ ପାଳନ ହୋଇଥାଏ । ଏହି ମେଳା ପ୍ରାୟ ୧୦ ଦିନ ଧରି ଚାଲିଥାଏ । ଏହି ମହୋତ୍ସବରେ ସ୍ଥାନୀୟ ବିଧାୟକ, ସାଂସଦ ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥାନ୍ତି । ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଧାର୍ମିକ ଉତ୍ସବ ଆୟୋଜନ କରାଯାଇଥାଏ ।
 
ପୂର୍ବରୁ, ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଅଭିନେତା ଅରିନ୍ଦମ ରାୟ । ବିଜେଡି ସଭାପତି ନବୀନ ପଟ୍ଟନାୟକ କିମ୍ବା ନବୀନଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ତାଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେଇନଥିବା ସେ ଅଭିଯୋଗ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *