ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ରେକର୍ଡ ୧୦,୯୨୮ କୋଟି ଆବଣ୍ଟନକୁ ସ୍ବାଗତ କରିଛନ୍ତି ବରିଷ୍ଠ ଅର୍ଥ ନୀତିଜ୍ଞ ରାଜୀବ ସାହୁ। ସେ କହିଛନ୍ତି ଯେ ଏହାର ଶ୍ରେୟ ମୁଁ ଦେବାକୁ ଚାହିଁ ବି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ। ତାଙ୍କର ଏହି ପଦକ୍ଷେପ କାରଣରୁ ଓଡ଼ିଶା ଭୂମି ସୁଦୃଢ଼ ହେଉଛି।

ସେ କହିଛନ୍ତି ଯେ ପୂର୍ବ ସରକାର ସମୟରେ ଏକପ୍ରକାର ରେଳ ବଜେଟ୍‌ରେ ଓଡ଼ିଶାକୁ ଅଣଦେଖା କରାଯାଉଥିଲା। ମୋଦୀ ସରକାର ଆସିବା ପରେ ଓଡ଼ିଶା ଉପରେ ଦିଆଗଲା ବିଶେଷ ଦୃଷ୍ଟି। ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ପଦ ନେବା ପରଠାରୁ ରେଳବାଇ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ ଆଗକୁ ବଢ଼ିଛି। ପୂର୍ବରୁ ଏହା ଦେଖିବାକୁ ମିଳୁନଥିଲା। ନୂଆ ଟ୍ରାକ୍ ବି ବିଛାଯାଉଛି, ନୂଆ ଟ୍ରେନ୍ ଗଡ଼ୁଛି, ଯାତ୍ରୀ ସୁରକ୍ଷା ସହ ନିରାପତ୍ତାକୁ ମଧ୍ଯ ଦିଆଯାଉଛି ଗୁରୁତ୍ବ। ଡବଲ ଇଂଜିନ ସରକାରର ଲାଭ ଓଡ଼ିଶାକୁ ଆହୁରି ମିଳିବ। ବଜେଟ୍‌ରେ ରେଳର ବିକାଶ ପାଇଁ ଅନେଗୁଡ଼ିଏ ପଦକ୍ଷେପ ନିଆଯାଇଛି । ୭ ହାଇସ୍ପିଡ୍ ରେଳ କରିଡର ଭାରତୀୟ ରେଳର ମାନଚିତ୍ରକୁ ବଦଳାଇବା ନିଶ୍ଚିତ। ଓଡ଼ିଶା ପରିପ୍ରେକ୍ଷୀରେ ମୁଁ ଏହା କହିବି ଯେ ଯେଉଁ ରେକର୍ଡ ଆବଣ୍ଟନ ହେଉଛି ତାହାର ଯଥାସମ୍ଭବ କ୍ରିୟାନ୍ଵୟନ ହେବା ଦରକାର। ଓଡ଼ିଶା ସରକାରଙ୍କ ସହଯୋଗରେ ଏହା ବାସ୍ତବ ରୂପ ନେବ ଏବଂ ଓଡ଼ିଶାର ରେଳ ଭିତ୍ତିଭୂମି ନୂଆ ଉଚ୍ଚତାରେ ପହଞ୍ଚିବ ସେଇ ବିଶ୍ବାସ ମୋର ରହିଛି।

Leave a Reply

Your email address will not be published. Required fields are marked *