Early Morning Operation of 2023:
ନିର୍ଭୟ ମିଡିଆ, ଭୁବନେଶ୍ୱର: ୨୦୨୩ ଅଗଷ୍ଟ ୫ । ଏହିଦିନ ସକାଳେ ମେ’ ଫେୟାର ହୋଟେଲରେ ନବୀନ ସରକାରଙ୍କ ପତନର ଷଡ଼ଯନ୍ତ୍ରର କାହାଣୀ ରଚିତ ହୋଇଥିଲା । ସେହିଦିନ ହିଁ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆଣିବା ପାଇଁ ମଞ୍ଜି ପୋତାଯାଇଥିଲା । ଏହି ବ୍ରେକ୍‌ଫାଷ୍ଟ ଅପରେସନରେ ବିଜୁ ଜନତା ଦଳରୁ କିଏ ଥିଲେ? କାହା ପାଇଁ ଦଳ କ୍ଷମତାରୁ ଚାଲିଗଲା ବା କାହାଙ୍କ ଷଡ଼ଯନ୍ତ୍ର ଯୋଗୁ ଏଭଳି ହୀନସ୍ଥା ଯୋଗ ବିଜୁ ଜନତା ଦଳକୁ ପଡ଼ିଲା?
 
ଷଡ଼ଯନ୍ତ୍ରରେ କେବଳ ଜଣେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଥିଲେ ଭିକେ ପାଣ୍ଡିଆନ । ତାରକା ହୋଟେଲରେ ଅବସ୍ଥାନ କରୁଥିଲେ ଚାଣକ୍ୟ ଅମିତ ଶାହା । ସେତେବେଳେ ତାଙ୍କ ସହ ପ୍ରାତଃ ଜଳଖିଆ ଲାଗି ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଏବଂ ଅନ୍ୟ ଜଣେ ଦୁଇଜଣ ଭାଜପା ନେତା । ପହଞ୍ଚôଥିଲେ ପାଣ୍ଡିଆନ । ପାଣ୍ଡିଆନ ବିଜୁ ଜନତା ଦଳର କେହି ନଥିଲେ । କିନ୍ତୁ ସେ କାହିଁକି ଆସିଥିଲେ? ପୁଣି ଶାହାଙ୍କ ସହିତ ଏକାନ୍ତ ବୈଠକର କାରଣ କ’ଣ ଥିଲା?
 
ଶାହାଙ୍କୁ ଚା’ପାନ ଟେବୁଲରେ ପାଣ୍ଡିଆନ ଭେଟିବା ବେଳେ ଅନ୍ୟ ଭାଜପା ନେତାମାନେ ସେଠାରୁ ଚାଲିଯାଇଥିଲେ । ଅର୍ଥାତ ଯାହା ଆଲୋଚନା ହେଲା ସେଥିରେ କେବଳ ଦୁଇଜଣ ଭାଗ ନେଇଥିଲେ । ଏହା କାହାଣୀ ନଥିଲା । ଥିଲା ଷଡ଼ଯନ୍ତ୍ରର ପ୍ରଥମ ଅଧ୍ୟାୟ ।
 
ଏକ ଜାତୀୟ ରାଜପଥ ଉଦ୍‌ଘାଟନ ଉତ୍ସବକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଆସିବା ଆଶ୍ଚର୍ଯ୍ୟଜନକ ଥିଲା । ସେହିଦିନ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଋଦ୍ଧଦ୍ୱାର ବୈଠକରେ ଭେଟିଥିଲେ ଶାହା । ଥିଲେ ପାଣ୍ଡିଆନ । ଏହି ଆର୍ଲି ମର୍ଣ୍ଣିଂ ଅପରେସନ ହିଁ ବିଜଦ ସରକାରଙ୍କ ପତନର ବାଟ ଖୋଲିଦେଇଥିଲା । ନବୀନ ଓ ପାଣ୍ଡିଆନ ଆଗୁଆ ନିର୍ବାଚନ ଚାହୁଁଥିଲେ । ଏହାକୁ ଭେଟୋ କରିଦେଲେ ଶାହା । ଏହାପରେ ମେଣ୍ଟ ଚର୍ଚ୍ଚା ଶିଖରକୁ ଚାଲିଗଲା । ବିଜୁ ଜନତା ଦଳ ତରଫରୁ ଏହି ପ୍ରଚାରକୁ ଅଧିକ ଜୋରଦାର କରାଗଲା । ଏହାହିଁ ଥିଲା ଷଡ଼ଯନ୍ତ୍ରର ସବୁଠୁ ଆଶ୍ଚର୍ଯ୍ୟଜନକ ଦିଗ ।
 
ଷଡ଼ଯନ୍ତ୍ରର ଚରମ ଦିଗଟି ଥିଲା ପ୍ରାର୍ଥୀ ଓ ଆସନ ଚୟନ । କେଉଁ ଯୁକ୍ତି ବଳରେ ପ୍ରଣବ ପ୍ରକାଶ ଦାସଙ୍କୁ ଲୋକସଭା ଆସନ ସକାଶେ ସମ୍ବଲପୁରରେ ପ୍ରାର୍ଥୀ କରାଗଲା? ସେଠାରୁ ଭାଜପାର ପ୍ରାର୍ଥୀ ଧର୍ମେନ୍ଦ୍ର ହେବେ ବୋଲି ଯଥେଷ୍ଟ ଆଗରୁ ଜଣାଥିଲା । ଭୁବନେଶ୍ୱରରୁ ଭାଜପାର ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ନିଜସ୍ୱ ପ୍ରାର୍ଥୀ ଅରୂପ ପଟ୍ଟନାୟକ କିମ୍ବା ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ ନକରି କାହିଁକି କଂଗ୍ରେସରୁ ଆମଦାନୀ ହୋଇଥିବା ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରାଗଲା? ପୁରୀରେ ସମ୍ବିତଙ୍କ ବିରୋଧରେ ଠିଆ କରାଗଲା ଅରୂପଙ୍କୁ । ଅର୍ଥାତ ଭାଜପା ପାଇଁ ମଇଦାନ ସାଫ୍‌ । ଏହା ଷଡ଼ଯନ୍ତ୍ରର ଦିଗ ନଥିଲା କି?
 
ଏବେ କ୍ଷମତା ଯିବା ପରେ ଆଉ କ’ଣ ହରାଇବାକୁ ଅଛି କି ନବୀନ ପଟ୍ଟନାୟକଙ୍କର?

By Nirvay

Leave a Reply

Your email address will not be published. Required fields are marked *