ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଜାରି ରହିଛି। ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗଭୀର ଶୋକ ପ୍ରକାଶ ସହ CMRFରୁ ୪ ଲକ୍ଷର ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ବଳଗଣ୍ଡି ଛକରେ ସ୍କୁଟିରେ ଜେଜେବାପା ସହ ଯିବାବେଳେ ଦୁର୍ଘଟଣା ଘଟିଥିଲା । ବୋଲେରୋ ଧକ୍କାରେ ୫ ବର୍ଷୀୟ ନାତିର ମୃତ୍ୟୁ, ଜେଜେବାପା ଗୁରୁତର ହୋଇଛନ୍ତି । ସୂଚନା ଯୋଗ୍ୟ ; ଆଜି ସକାଳୁ ସକାଳୁ ପୁରୀ ବଳଗଣ୍ଡି ଛକ ପାଖରେ ଜଣେ ବ୍ୟକ୍ତି ତାଙ୍କର ନାତିଙ୍କୁ ଏକ ସ୍କୁଟିରେ ଧରି ଜଳଖିଆ କିଣିବାକୁ ଆସୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡ଼ି (ଓଡି୨୨ଏସି୩୦୪୮) ବଳଗଣ୍ଡି ଛକ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସେମାନେ ତଳେ ପଡ଼ି ଗୁରୁତର ହୋଇଯାଇଥିଲେ । ବୋଲେରୋ ଗାଡ଼ିଟି ସ୍କୁଟିକୁ ପଛପଟୁ ଧକ୍କା ଦେଇ ଶିଶୁ ଏବଂ ସ୍କୁଟି ଚାଳକଙ୍କୁ ଘୋଷାଡ଼ି ନେଇଥିଲା । ଧକ୍କା ଦେବା ପରେ ମଧ୍ୟ ବୋଲେରୋ ଗାଡ଼ି ଅଟକି ନ ଥିଲା । ଏହା ପରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି । ଜେଜେ ଗୁରୁତର ହୋଇଛନ୍ତି। ଅନ୍ୟପଟେ ନାବାଳକର ମୃତ୍ୟୁ ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ମେଡିକାଲ୍ ଛକରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା ଦେଇଛନ୍ତି । ନ୍ୟାୟ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । Post navigation Khandagiri Mela 2026: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା; ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି Vigilance Arrest Lanjigarh Range Forester: ୫୫ ଲକ୍ଷ ଠକେଇ ଆତ୍ମସାତ ଅଭିଯୋଗ: ଫରେଷ୍ଟର ଗିରଫ