ରାଜ୍ୟର ପ୍ରମୁଖ ପ୍ରଶାସନିକ ମୁଖ୍ୟାଳୟ ଲୋକ ସେବା ଭବନ ଭିତରେ ମାଳ ମାଳ ସୋସିଆଲ ମିଡିଆ ରିଲ୍ ସୁଟିଂ ହେଉଥିବା ରିପୋର୍ଟ ଉପରେ ଓଡ଼ିଶା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଗାଇଡ୍ଲାଇନ୍ ଆଣିବ। ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, ସେଥି କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ରିଲ୍ସ ମନା।ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠି ରିଲସ୍ କରିବାର କୌଣସି ଅବକାଶ ନାହିଁ। ସେ ଆଉ ମଧ୍ୟ କହିଛନ୍ତି ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷାକର୍ମୀଙ୍କୁ ଏ ବାବଦରେ କଡ଼ା ତାଗିଦ କରିବ। ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ତୁରନ୍ତ ପଦକ୍ଷେପ ନେବେ। ଲୋକ ସେବା ଭବନ ସାଧାରଣ ଲୋକଙ୍କ ପାଖରେ ଶାସନ ପଦକ୍ଷେପ, ନୋଟିସ୍ ଏବଂ ନିର୍ଦ୍ଦେଶାବଳୀର ପହଞ୍ଚ ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ। ଏହା ପ୍ରଶାସନକୁ ନିୟନ୍ତ୍ରଣ କରିବାର ଏକ ସ୍ଥାନ। ଏଠାରେ କୌଣସି ପ୍ରକାରର ରିଲ୍ ସୁଟିଂ କରିବାର କୌଣସି ସୁଯୋଗ ନାହିଁ । ଲୋକସେବା ଭବନରେ ରିଲ୍ସ ମୋ’ ନଜରକୁ ଆସି ନାହିଁ। Post navigation Risk Allowance Hike: ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେଲା SOG ଯବାନ ଓ ଅଧିକାରୀ ମାନଙ୍କ Risk Allowance