ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ୧୦ଟି ଜିଲ୍ଲାରେ କଂଗ୍ରେସ ମହିଳା ସମାବେଶ କରିବ । ମହିଳା କଂଗ୍ରେସକୁ ଅଧିକ ସଙ୍ଗଠିତ କରିବା ପାଇଁ ପ୍ରିୟଙ୍କା ଗାନ୍ଧି ଏକ ବଡ଼ ଜନସଭାରେ ଯୋଗ ଦେବେ ଏବଂ ସେହି ମହିଳା ସମାବେଶକୁ ସମ୍ବୋଧନ କରିବେ । ତେବେ ରଣନୀତି କଣ ରହିବ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ଜାତୀୟ ଚେହେରା ଓଡ଼ିଶା ଆସିଲେ କଂଗ୍ରେସ ଆହୁରି ସଙ୍ଗଠିତ ହେବ ବୋଲି ରାଜ୍ୟର କଂଗ୍ରେସ ନେତା ଆଶାବାଦୀ ଅଛନ୍ତି । ତେଣୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ଆଣି ଆଉ ଏକ ସମାବେଶ କରିବାକୁ ଯୋଜନା କରୁଛି ଓଡିଶା କଂଗ୍ରେସ । Post navigation Odisha Govt Directives: ଅନୁ ଗର୍ଗଙ୍କୁ ନୂଆ ବର୍ଷରେ ୧୫ ନିର୍ଦ୍ଦେଶନାମା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Nico Park Revamp Redevelopment: ଭୁବନେଶ୍ବର ନିକୋ ପାର୍କର ହେବ ନବ କଳେବର