ଓଡ଼ିଶା ସରକାର ବୁଧବାର ଦିନ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ପାଇଁ ସମୟ ସୀମା ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।l ।ଏନେଇ ସୂଚନା ଆଜି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି ଲୋକଙ୍କ ଅସୁବିଧାକୁ ଦେଖି ନିଷ୍ପତ୍ତି ହୋଇଛି ।ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି । ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ବାନ କରୁଛୁ । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ଅଗ୍ରାଧିକାର ଦେବୁ । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ଅଗ୍ରାଧିକାର ଦିଆଯିବ । ସେହିପରି ଯେଉଁମାନେ ପିୟୁସିସି କରିଛନ୍ତି, ସେମାନଙ୍କ ପାଇଁ ଗ୍ରୀନ୍ ଷ୍ଟିକର୍ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଯଦି ଗ୍ରୀନ୍ ଷ୍ଟିକର୍ ଲଗାଇବେ ତାହା ହେଲେ ଯାଞ୍ଚ ପାଇଁ ସୁବିଧା ହେବ । ଯେଉଁମାନେ ଗାଡ଼ିର ପିୟୁସିସି କରି ସାରିଛନ୍ତି, ସେମାନେ ଆରଟିଓ କାର୍ଯ୍ୟାଳୟରୁ ଗ୍ରୀନ୍ ଷ୍ଟିକର୍ ପାଇ ପାରିବେ । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏହି ପଦକ୍ଷେପର ଲକ୍ଷ୍ୟ ମୋଟରଚାଳକମାନଙ୍କୁ ଅସୁବିଧା ଏଡାଇବା ଏବଂ ରାଜ୍ୟ ସାରା ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରିବା। Post navigation Chief Secretary Odisha: ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ; ଅପରାହ୍ନରେ ଦାୟିତ୍ଵ ଗ୍ରହଣ କରିବେ ଅନୁ ଗର୍ଗ New Year Hoardings: ଦଳୀୟ ସଙ୍କେତ ନଥିବା ମୋକିମ, ସୋଫିଆଙ୍କ ହୋଡ଼ିଂ ଘଟଣା; ପ୍ରତିକ୍ରିୟା ମହମ୍ମଦ ମୋକିଂମ୍