ପୁରୀ ଶ୍ରୀମନ୍ଦିର ପକ୍ଷରୁ ପ୍ରକାଶ ପାଇଥିବା ଇଂରାଜୀ ନୂତନ ବର୍ଷର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି ।ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର ଦେଖିବାକୁ ମିଳିଛି।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି । ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି। ପ୍ରଥମେ ଦେବୀ ସୁଭଦ୍ରା, ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥଟଣା ଚିତ୍ର ରଖାଯାଇଛି । ଏ ନେଇ ଶ୍ରୀଜୀଉମାନଙ୍କ ସ୍ଥାନ ପରିବର୍ତ୍ତନକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ; ଶ୍ରୀଜଗନ୍ନାଥ ମନ୍ଦିର ନୂତନ କ୍ୟାଲେଣ୍ଡରରେ ମହାପ୍ରଭୁ ଜଗନ୍ନାଥ ଓ ମହାପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଜଗନ୍ନାଥ ରହିଛନ୍ତି । ଅର୍ଥାତ୍ ଦେବୀ ସୁଭଦ୍ରାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଗା ଏବଂ ବାମ ପାର୍ଶ୍ୱରେ ବଳିଆ ଅଛନ୍ତି । ସେହିପରି ରଥଯାତ୍ରା ଚିତ୍ର ମଧ୍ୟ ଭୁଲ ସ୍ଥାନରେ ରହିଛି । ପ୍ରଥମେ ଦେବୀ ସୁଭଦ୍ରା ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥର ଚିତ୍ର ରହିଛି । ନିୟମ ମୁତାବକ ପ୍ରଥମେ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା ଏବଂ ଶେଷରେ ଜଗନ୍ନାଥଙ୍କ ରଥ ରହିବା ଉଚିତ । ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଏଭଳି ଗୁରୁତର ତ୍ରୁଟିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । Post navigation Bargarh Dhanu Jatra: ମହାରାଜ କଂସଙ୍କୁ ବରଗଡ଼ ବିକାଶ ପ୍ରକଳ୍ପର ହିସାବ ଦେଲେ ମୁଖ୍ୟମନ୍ତ୍ରୀ Sijimali Mines: ଆରାବଳୀ ପରେ ସିଜିମାଳି ଦୁଃଖ ହେବ କି ଦୂର ?