କାଲି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ କାଲି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ । ମହାରାଜା କଂସଙ୍କ ନିମନ୍ତ୍ରଣରେ ଧନୁଯାତ୍ରା ଦେଖିବାକୁ ଯିବେ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଏହା ସହିତ ମନ୍ତ୍ରୀ ମହୋତ୍ସବର ସାଂସ୍କୃତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଓଡ଼ିଶାର ଐତିହ୍ୟ ପ୍ରଦର୍ଶନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ୨୦୨୫ ସଂସ୍କରଣର ପ୍ରମୁଖତାକୁ ବୃଦ୍ଧି କରୁଛି।

ଏହା ସହ ପୂର୍ବରୁ ଧନୁ ଯାତ୍ରା ମହୋତ୍ସବ ପାଇଁ ଓଡ଼ିଶା ସରକାର ୧.୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚକୁ ସମର୍ଥନ କରିବା ପାଇଁ ସରକାର ପୂର୍ବ ପାଣ୍ଠି ବୃଦ୍ଧି କରିଛନ୍ତି, ଏବଂ ୨୦୦ କଳାକାରଙ୍କ ପାଇଁ ୧୦,୦୦୦ ଟଙ୍କାର ସମ୍ମାନ, ଲାଇଭ୍ ଷ୍ଟ୍ରିମିଂ, ସ୍ୱତନ୍ତ୍ର ବସ୍ ଏବଂ ପ୍ରୋତ୍ସାହନ ପାଇଁ ଏକ ଉତ୍ସର୍ଗୀକୃତ ୱେବସାଇଟ୍ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି।

ସୂଚନା ଯୋଗ୍ୟ; ଡିସେମ୍ବର ୨୪ରେ ଧନୁଯାତ୍ରା ଉଦଘାଟନ ହୋଇଛି। ଏହା ଜାନୁଆରୀ ୩ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରା ୧୧ ଦିନ ଧରି ଚାଲିବ । ମହାରାଜା କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ ଦୁଲୁକୁଛି ରଙ୍ଗମହଲ ମଞ୍ଚ । ଧନୁଯାତ୍ରା ଦେଖିବାକୁ ବରଗଡରେ ବହୁ ଦୂରରୁ ଆସି ଲୋକଙ୍କ ଭିଡ ଜମୁଛି । ସମସ୍ତଙ୍କ ମନ ଆନନ୍ଦ ଉଲ୍ଲାସରେ ଭରି ଉଠୁଛି । ରବିବାର ବରଗଡ଼ ଧନୁଯାତ୍ରା ମହୋତ୍ସବ ରାଜ ଦରବାରରେ ରାଜ ଅତିଥିଭାବେ ଯୋଗଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *