ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ । ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂର ଇଲାମାଞ୍ଚିଲି ଷ୍ଟେସନରେ ଏହି ଅଘଟଣ ଘଟିଛି। ଟ୍ରେନରେ ଦୁଇଟି ବଗିରେ ନିଆଁ ଲାଗିଯାଇଛି । ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଚନ୍ଦ୍ରଶେଖର ସୁନ୍ଦରମ୍ ବୋଲି ଚିହ୍ନଟ କରାଯାଇଛି । ଟ୍ରେନରେ ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ଘଣ୍ଟାର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । କ୍ଷତିଗ୍ରସ୍ତ ଦୁଇଟି ବଗିକୁ ଟ୍ରେନରୁ ଅଲଗା କରାଯାଇଛି । କେଉଁ କାରଣରୁ ଟ୍ରେନ୍ ରେ ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସୂଚନା ନାହିଁ । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି ରେଳବାଇ ପୋଲିସ । ସୂଚନା ଯୋଗ୍ୟ; ରବିବାର ବିଳମ୍ବିତ ରାତିରେ ଟ୍ରେନଟି ଝାଡ଼ଖଣ୍ଡର ଟାଟା ନଗରରୁ କେରଳର ଏର୍ଣ୍ଣାକୁଲମ ଅଭିମୁଖେ ଯାଉଥିବାବେଳେ ଆନ୍ଧ୍ର ପ୍ରଦେଶ ଅନକାପାଲି ଜିଲ୍ଲା ଅନ୍ତର୍ଗତ ୟାଲାମଞ୍ଚାଲି ଷ୍ଟେସନରେ ନିକଟରେ ନିଆଁ ଲାଗିଥିଲା । ଟ୍ରେନର ଚାଳକ ଦେଖିଥିଲେ ଯେ ଏସି ବଗିରେ ନିଆଁ ଲାଗିଛି ଏହାପରେ ତୁରନ୍ତ ଟ୍ରେନକୁ ଅଟକାଇଦେଇଥିଲେ । ପ୍ରଥମେ ବି୧ କୋଚରେ ନିଆଁ ଲାଗିଥିଲା । ରେଳ କର୍ମଚାରୀମାନେ ଅନ୍ୟ ବଗିଗୁଡ଼ିକୁ ତୁରନ୍ତ ଅଲଗା କରିଦେଇଥିଲେ । ପରେ ବି୧ ଏବଂ ବି୨ କୋଚରେ ସମ୍ପୂର୍ଣ୍ଣ ନିଆଁ ଲାଗି ଯାଇଥିଲା । ଏମାନଙ୍କ ମଧ୍ୟର ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅନ୍ୟମାନେ ସାମାନ୍ୟ ବର୍ତ୍ତି ଯାଇଛନ୍ତି । ଉଭୟ ବଗିରେ ୧୫୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଗୋଟିଏ ବଗିରେ ୮୨ ଜଣ ଏବଂ ଅନ୍ୟ ଏକ ବଗିରେ ୭୬ ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । Post navigation CEC Returns To Delhi: ମୁଖ୍ୟ ନିର୍ବାଚନ କମିଶନରଙ୍କ ପିତା ଦୁର୍ଘଟଣାରେ ଆହତ; ତୃତୀୟ ଦିନର ବୈଠକ ସମେତ ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ Shikharachandi Hill reopens For Tourists: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିଖରଚଣ୍ଡି ପୀଠ