Odisha Transport Authority Introduces Online and Offline E-Challan Payment Options
ଏଣିକି ଅନ୍‌ଲାଇନ୍‌ ସହ ଅଫ୍‌ଲାଇନ୍‌ରେ ବି ପୈଠ କରିହେବ ଇ-ଚାଲାଣ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନଗଦ ଅର୍ଥ ଗ୍ରହଣ ପାଇଁ ସମସ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛନ୍ତି ।
 
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯିବ । ମୋବାଇଲ ନମ୍ବର ଅପଡେଟ୍ ନଥିବାରୁ OTP ପାଉ ନଥିବା ବ୍ୟକ୍ତିଙ୍କୁ ଏହା ସହାୟକ ହେବ । ଏହା ସହିତ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳ ଲୋକଙ୍କ ପାଇଁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ୍ ପାଇବା ପାଇଁ ସହାୟକ ହେବ ।
 
ଏହା ସହିତ, ସରକାରୀ ପୋର୍ଟାଲ୍ echallan.parivahan.gov.in ମାଧ୍ୟମରେ ଅନଲାଇନ୍ ପେମେଣ୍ଟ ପୂର୍ବ ଭଳି ଜାରି ରହିବ ।
 
କହିରଖୁଛୁ ଯେ, ଟ୍ରାଫିକ ନିୟମ ଉଲ୍ଲଘନକାରୀଙ୍କ ପାଇଁ ଏବେ ଇ-ଚାଲାଣ କଟାଯାଉଛି । ସ୍ପିଡରେ ଗାଡ଼ି ଚାଳନା, ନାଲି ଆଲୁଅକୁ ନମାନିବା, ଠିକ୍‌ ସ୍ଥାନରେ ପାର୍କିଂ ନକରିବା, ବୈଧ ଲାଇସେନ୍ସ ନଥାଇ ଗାଡ଼ିଚାଳନା କରିବା ଭଳି ଅନେକ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ଇ-ଚାଲାଣ ଦିଆଯାଉଛି ।

By Nirvay

Leave a Reply

Your email address will not be published. Required fields are marked *