Preetismita Bhoi and Kalu Charan Choudhury to receive 'OSJA' award
ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ ଏବଂ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‍ଜା)ର ବାର୍ଷିକ ପୁରସ୍କାର ପ୍ରଦାନ କରାଯିବ ।ପ୍ରୀତିସ୍ମିତାଙ୍କୁ ୨୦୨୫ ମସିହାର ଶ୍ରେଷ୍ଠ ଓଡ଼ିଶା ଖେଳାଳି ଏବଂ କାଳୁଚରଣ ଚୌଧୁରୀଙ୍କୁ ଜୀବନବ୍ୟାପୀ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ ।
 
୨୦୨୬ ଜାନୁଆରି ୧୮ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଉଭୟଙ୍କୁ ‘ଓସ୍‌ଜା’ ବାର୍ଷିକ ପୁରସ୍କାର ପ୍ରଦାନ କରାଯିବ ।
 
ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରୀତିସ୍ମିତା ଏସୀୟ ଯୁବ ଭାରୋତ୍ତୋଳନ, ବିଶ୍ୱ ଯୁବ ଭାରୋତ୍ତୋଳନରେ ଏବଂ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ରେକର୍ଡ ସହ ୩ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
 
ସେହିଭଳି କ୍ରୀଡ଼ା ଓ ଯୁବସେବା ବିଭାଗରୁ ଅବସର ନେଇ ସାରିଥିବା ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ସାଢ଼େ ୩ ଦଶନ୍ଧି ଧରି ଅନ୍ତର୍ଜାତୀୟ ଖେଳାଳି ଗଢ଼ିତୋଳିବା ସହ ଜାତୀୟସ୍ତରରେ ଓଡ଼ିଶାକୁ ଏକାଧିକ ଥର ପଦକ ବିଜେତା କରାଇଛନ୍ତି ।
 
 
 

By Nirvay

Leave a Reply

Your email address will not be published. Required fields are marked *