ଆସନ୍ତାକାଲି ଆସୁଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର । ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ECI ଜ୍ଞାନେଶ କୁମାର । କାଲି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ସହ ମହାପ୍ରଭୁଙ୍କ ଦର୍ଶନ ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଯିବେ ECI । ଏହାପରେ ୨୮ ତାରିଖରେ ରେ ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟିଗିରି, ମୁକ୍ତେଶ୍ବର ମନ୍ଦିର ବୁଲିବେ । ସୋମବାର, ଡିସେମ୍ବର ୨୯ ତାରିଖ ଅପରାହ୍ନ ୩ ଟାରେ ଜ୍ଞାନେଶ କୁମାର ଭୁବନେଶ୍ୱରର ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT) ର ଅଡିଟୋରିୟମରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ଙ୍କ ସହିତ ଏକ ବୈଠକର ଅଧ୍ୟକ୍ଷତା କରିବେ। ସେ ତାଙ୍କର ଗସ୍ତ ଶେଷ କରିବା ପୂର୍ବରୁ ସମାବେଶକୁ ସମ୍ବୋଧିତ କରିବେ। ସେହି ରାତିରେ, ସେ ଭୁବନେଶ୍ୱରରୁ ପ୍ରସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି। Post navigation Kerala’s municipal corporations get new mayors: କେରଳରେ ବିଜେପିର ପ୍ରଥମ ମେୟର ହେଲେ ଭିଭି ରାଜେଶ Odisha Congress Protest: ୨୯ ଡିସେମ୍ବର ରାଜ୍ୟବ୍ୟାପୀ ବିଦ୍ୟୁତ କାର୍ଯ୍ୟାଳୟରେ ପଡ଼ିବ ତାଲା: ଭକ୍ତ ଦାସ