ଭିଜିଲାନ୍ସ ଜାଲରେ ଫରେଷ୍ଟର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟ ସେମିଳିଗୁଡ଼ାର ଫରେଷ୍ଟର ନିରଂଜନ ଶତପଥୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ନିରଞ୍ଜନଙ୍କ ୫ ଠିକଣାରେ ରେଡ୍ ଜାରି ରହିଛି । ନିରଞ୍ଜନ ଶତପଥୀଙ୍କ ସରକାରୀ ବସଭବନ ଓ କାର୍ଯ୍ୟାଳୟ, ଭୁବନେଶ୍ୱର ଝାରପଡ଼ାରେ ଥିବା ଦୁଇଗୋଟି ତିନି ମହଲା ଘର ଓ ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ଠାରେ ଉପରେ ଚଢ଼ାଉ।

ଭୁବନେଶ୍ୱର ଝାରପଡାର ପ୍ଲଟ୍ ନମ୍ବର ୪୦୮/୨୩୯୦/ ୬୩୮୮ରେ ଅବସ୍ଥିତ ଏକ ତିନି ମହଲା କୋଠା, ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ଥାନା ଅନ୍ତର୍ଗତ ବିଲା ଗାଁ ପୈତୃକ ଘର, କୋରାପୁଟ ବନ ବିଭାଗ ଅଧିନରେ ଥିବା ସେମିଳିଗୁଡ଼ା ସ୍ଥିତ ସରକାରୀ କ୍ୱାର୍ଟର, ସେମିଳିଗୁଡ଼ା ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବର ରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ତାଙ୍କ ଝାରପଡ଼ାର ଘରୁ ବହୁ ସୁନା ରୁପା ଗହଣା, ଦାମୀ ଘଣ୍ଟା, ନଗଦ ଟଙ୍କା ଜବତ ହୋଇଛି। ତଦନ୍ତ ପରେ ସଠିକ ସମ୍ପତ୍ତି ସମ୍ପର୍କରେ ଜଣାପଡ଼ିବ ବୋଲି ଭିଜିଲାନ୍ସ ଡ଼ିଏସପି ସୂଚନା ଦେଇଛନ୍ତି। ଏହି ଚଢାଉରେ ୬ ଜଣ ଡିଏସପି, ୭ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *