ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା। ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ପାଳନ କରାଯାଉଛି। ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ଦୁଇ ବିରୋଧୀ ଦଳ ବିଜେଡ଼ି ଏବଂ କଂଗ୍ରେସ ପୃଥକ ପୃଥକ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ପାଳନ କରାଯାଉଛି । ସମ୍ପୂର୍ଣ୍ଣ ବ୍ଲକରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଯାନବାହାନ ଚଳାଚଳ ବନ୍ଦ ରହିଛି । ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ବିରୋଧୀ । ଏହା ସହ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିବା ଅଭିଯୋଗ ହୋଇଛି। ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପିକେଟିଂ କରିବା ସହିତ ନାରାବାଜି କରୁଥିବାର ଦେଖିବାକୁ ମିଳିଛି । ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସୂଚନା ଯୋଗ୍ୟ; ମଙ୍ଗଳବାର ଦିନ ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକା ଅପରାହ୍ନ ରେ ଘରୁ ବାହାରି ଆସିଥିଲେ । କିନ୍ତୁ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଞ୍ଚ ଜଙ୍ଗଲରୁ ନାବାଳିକାର ଉଲଗ୍ନ ମୃତ ଦେହ ଉଦ୍ଧାର କରିଥିଲେ । ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରେ ଲୁଚିଥିବାବେଳେ ପୋଲିସ ଗିରଫ କରିଛି । Post navigation Karnataka Bus Accident: ଚିତ୍ରାଦୁର୍ଗ ଜିଲ୍ଲାରେ ଜଳିଗଲା ବସ୍, ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ Kandhamal Maoist Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓନେତା ଗଣେଶ ସମେତ ୪ ନିହତ